ଆଶା କର୍ମୀଙ୍କ ୧୦ ଦଫା ନେଇ ବ୍ଲକ୍ କାର୍ଯ୍ୟାଳୟ ଘେରାଉ ।

ରାଇଘର୦୧/୦୨/୨୦୨୪: ଓଡ଼ିଶା ରାଜ୍ୟ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଆଶା କର୍ମୀ ସଂଘ ର ଆହ୍ୱାନ କ୍ରମେ ଆଜି ରାଇଘର ବ୍ଲକ ଅଫିସ ଘେରାଉ କରାଯାଇଥିଲା। ଆଶା କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ସଂଘ ତରଫ ରୁ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ମାନନୀୟା ନିର୍ଦ୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶା ଙ୍କ ଉଦ୍ଦେଶ୍ୟ ରେ ରାଇଘର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ମୁଖ୍ୟ ଦାବି ହେଉଛି ଜାତୀୟ ସ୍ବାସ୍ଥ୍ୟ ମିଶନ କୁ ସ୍ଥାୟୀ କରାଯିବା, ଆଶା କର୍ମୀ ଙ୍କ ବେତନ କୁ ୨୨୦୦୦ ଟଙ୍କା କୁ ବୃଦ୍ଧି କରିବା ସହ ଅତିରିକ୍ତ କାର୍ଯ୍ୟ ପାଇଁ ପ୍ରତ୍ସାହାନ ରାଶି ପ୍ରଦାନ କରିବା। ଆଶା କର୍ମୀ ମାନେ କାର୍ଯ୍ୟରତ ଥିବା ସମୟ ରେ ସାଧାରଣ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା, ଅବସର ସମୟ ରେ ୫ ଲକ୍ଷ ଟଙ୍କା ଅବସର କାଳୀନ ସହାୟତା ରାଶି ସହ ମାସିକ ପେନସନ ରାଶି ୫୦୦୦ ଟଙ୍କା ପ୍ରଦାନ କରିବା , ସରକାର ଙ୍କ ତରଫ ରୁ ଆଶା କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦେବା ଏହି ଭଳି ୧୦ ଗୋଟି ଦାବି ଆଜି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

 

 

Leave a Reply

Your email address will not be published. Required fields are marked *