ଆସନ୍ତୁ ବୁଲି ଯିବା ଖଣ୍ଡିକନପା ।

ଫୋକସ ପ୍ଲସ 13/12/2022(ବୌଦ୍ଧ): ଓଡ଼ିଶା ମାନଚିତ୍ରର ମଧ୍ୟ ଭାଗରେ ସ୍ଥାନ ପାଇଛି ବୌଦ୍ଧ ଜିଲ୍ଲା। ଅନ୍ୟ ଜିଲ୍ଲା ଭଳି ବୌଦ୍ଧ ଜିଲ୍ଲାରେ ମଧ୍ୟ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ। ଆସନ୍ତୁ ଯିବା ବୌଦ୍ଧ ବ୍ଲକ୍ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିକନପା ପର୍ଯ୍ୟଟନ ସ୍ଥଳୀକୁ । ହଁ ଦର୍ଶକ ବନ୍ଧୁ ଇଏ ହେଲା ନୂଆଁ ନୂଆଁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଥିବା ଖଣ୍ଡିକନପା।ଏହି ପର୍ଯ୍ୟଟନ ସ୍ଥଳୀ ଖଣ୍ଡିକନପା କୁ ପର୍ଯ୍ୟଟକ ମାନେ ଓ ଶିବ ଭକ୍ତ ମାନେ ବହୁଳ ମାତ୍ରା ରେ ସମାଗମ ହୋଇଥାନ୍ତି ।କାରଣ ଏଠାକାର ନାନାଦି ଔଷଧୀୟ ବୃକ୍ଷଲତା। ପରିଶୋଭିତ କଳନିନାଦିନୀ ବାଘନଦୀ ଗିରି ନାର୍ଝରିଣୀ ସେବିତା, ଶୈବ,ଶାକ୍ତ, ବୈଷ୍ଣବ, ବୌଦ୍ଧ ଓ ଶୈବ ଧର୍ମ ର ପୀଠ ବାବା ଗୁପ୍ତେଶ୍ୱର, ସମସ୍ତଙ୍କର ପ୍ରିୟ ଦର୍ଶନୀୟସ୍ଥଳୀ ଖଣ୍ଡିକନପା । ଏହିଭଳି ସାନ୍ତିମୟ ସ୍ଥାନରେ କାହିଁ କେତେ ଦିନରୁ ବାବା ଗୁପ୍ତେଶ୍ୱର ଆବିର୍ଭାବ ହୋଇଥିଲେ ।ବାବା ଗୁପ୍ତେଶ୍ୱରଙ୍କ ଚର୍ତୁପାର୍ଶ୍ଵରେ ପାର୍ଶ୍ୱ ଦେବାଦେବୀ ମଧ୍ୟ ପୂଜା ପାଉଛନ୍ତି । ମଣିଷର ସ୍ଵଭାବ ହେଉଛି ସେ ଅତି ଆଗ୍ରହର ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭାଗ କରିବା ।ତେଣୁ ବହୁ ରଙ୍ଗ ରୂପ ବହୁ ସ୍ୱର ଶଦ୍ଦରେ ପରିପୂର୍ଣ୍ଣ ଏହି ବିସ୍ମୟଭରା ସୌନ୍ଦର୍ଯ୍ୟର ପରିପୂର୍ଣ୍ଣ । ଖଣ୍ଡିକନପା ପର୍ଯ୍ୟଟନ ସ୍ଥଳୀ ଟି ଶିବ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ଆଗରେ ଗୋଟିଏ ପରୀ ରାଇଜର ପରି ଦୃଶ୍ୟ ହୁଏ ।ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ବାବା ଗୁପ୍ତେଶ୍ୱରଙ୍କ ଭକ୍ତ ମାନଙ୍କୁ ପ୍ରେରଣା ଦେଉଥାଏ ।ଏହି ଖଣ୍ଡିକନପା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ।ଏଠାକୁ ଆସୁଥିବା ସମସ୍ତେ ଏଠାକାର ସୌନ୍ଦର୍ଯ୍ୟ ସହିତ ସୂର୍ଯ୍ୟର ସୁନେଲି କିରଣ,ନୀଳ ଆକାଶ,ବାଘନଦୀର କୁଲୁ କୁଲୁ ନାଦ ବଣପାହାଡ ର ନିଶଦ୍ଦରେ ଖୁବ ମଜ୍ଜି ଯାଉଥିବା ପର୍ଯ୍ୟଟକ କହନ୍ତି ଏହି ପର୍ଯ୍ୟଟନସ୍ଥଳୀ ଖଣ୍ଡିକନପାର ଚତୁପାର୍ଶ୍ଵରେ ବିଭିନ୍ନ ବୃକ୍ଷ,ଲତା ଓ ନାନାଦି ଜଙ୍ଗଲି ଫୁଲର ମହକ ମଳୟରେ ଭାସି ଆସେ । ପ୍ରାଣେ ପ୍ରାଣେ ସଞ୍ଚାର କରିଥାଏ ନବ ଉନ୍ମାଦନା ନାନାଦି ସଂଘର୍ଷ ଓ ସଂଗ୍ରାମ ଭିତରେ ଏ ଖଣ୍ଡିକନପା ଏକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ଏହି ଶୀତ ଋତୁରେ ପର୍ଯ୍ୟଟକ ମାନଙ୍କୁ ବହୁଳ ମାତ୍ରାରେ ଏଠାରେ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ । ବାବା ଗୁପେଶ୍ଵରଙ୍କୁ ଦର୍ଶନ ସହିତ ବଣଭୋଜି ଓ ବାଘନଦୀରେ ଗାଧୋଇବା ,ପଥର ଉପରେ ସେଲ୍ଫି ,ମାଛ କୁଣ୍ଡ ରେ ମାଛ ଦେଖେବା , କାଠ ପୋଲ ରେ ସେଲଫି ଆଦି ବିଭିନ୍ନ ମନଲୋଭା ଦୃଶ୍ୟର ମଜାନେଇଥାନ୍ତି ପର୍ଯ୍ୟଟକ ଓ ଶିବ ଭକ୍ତ ।ଏହି ଖଣ୍ଡିକନପାର ପ୍ରାକୃତିକ ସୌନ୍ଦର୍ଯ୍ୟର କଥା ଭାବି ପର୍ଯ୍ୟଟକ ମାନେ ନିଜ ଘର କିମ୍ବା କର୍ମସ୍ଥଳ କୁ ଫେରିବାକୁ ଆଦୌ ମନ ଲାଗୁ ନ ଥାଏ ।

Leave a Reply

Your email address will not be published. Required fields are marked *