ଆସିଗଲା 5Gଯୁଗ ,ଓଡ଼ିଶାରେ ଏବେ 5G ଏଣ୍ଟ୍ରି ||

ଫୋକସ ପ୍ଲସ 5/1/2023(ଭୁବନେଶ୍ୱର): ଏବେ ଆସିଗଲା ୫G ଯୁଗ। ଓଡ଼ିଶାରେ ଏବେ 5G ଏଣ୍ଟ୍ରି କରିବାକୁ ଯାଉଛି । ଆଜି ରାଜଧାନୀରେ ଏହି 5G ସେବାର ଶୁଭାରମ୍ଭ କରିବେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ରାଜ୍ୟରେ ପ୍ରାୟ ୫୧୦ଟି ଟାୱାର ଲାଗିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଟାୱାରରେ ୫G ସେବାର ଶୁଭାରମ୍ଭ କରାଯିବ। ୫G ସେବା ପାଇଁ ୨ ଟେଲିକମ ଅପରେଟର ଏୟାରଟେଲ ଓ ଜିଓକୁ ମିଳିଛି ଅନୁମତି । ପ୍ରଥମେ ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ସେବା ପାଇବେ ଉପଭୋକ୍ତା । ପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ ।ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧ରେ ଦିଲ୍ଲୀ, ଚଣ୍ଡୀଗଡ଼, ଗୁରୁଗ୍ରାମ, ଲକ୍ଷ୍ନୌ, ଅହମ୍ମଦାବାଦ, ଜାମନଗର, ଗାନ୍ଧିନଗର,କୋଲକାତା,ମୁମ୍ବାଇ, ପୁନେ, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରରେ ଏହି ସେବାର ଶୁଭାରମ୍ଭ ହୋଇଥିଲା । ତେବେ ୫G ଆସିବା ଦ୍ବାରା କଣ ସବୁ ପରିବର୍ତ୍ତନ ଆସିବ ଆସନ୍ତୁ ନଜର ପକାଇବା ।୫G ଏକ ୱାୟରଲେସ୍ ବ୍ରଡବ୍ୟାଣ୍ଡ ସେବା । ଏହା ପ୍ରଚଳିତ ହେବା ପରେ ୟୁଜର ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଭିଡିଓ ଗେମିଂ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ। ୟୁଟ୍ୟୁବରେ ଭିଡିଓ ବିନା ବଫରିଙ୍ଗରେ ଚାଲିବ । ୧୦-୨୦ ସେକେଣ୍ଡ ମଧ୍ୟରେ ଫିଲ୍ମ ଡାଉନଲୋଡ୍ ହେବ। ସେହିପରି ୪G ଏବଂ ୫G ମଧ୍ୟରେ ତୁଳନା କଲେ ଇଣ୍ଟରନେଟ୍ ସ୍ପିଡ ଠାରୁ ଡାଟା ଟ୍ରାନ୍ସଫରରେ ଆକାଶ ପାତାଳର ଫରକ ଆସିବ । ୪Gରେ ଅଡିଓ/ଭିଡିଓ ଲସ୍ ହେଉଥିବା ବେଳେ ୫Gରେ ବଫରିଙ୍ଗର ପ୍ରଶ୍ନ ନାହିଁ । ସେହିପରି ୪Gରେ ୧ ବର୍ଗ କିମିରେ ୪ ହଜାର ଡିଭାଇସ ଯୋଡ଼ା ହେଉଥିବା ବେଳେ ୫Gରେ ୧ ବର୍ଗ କିମିରେ ୧୦ ଲକ୍ଷ ଡିଭାଇସ ହୋଇପାରିବ। ଯେଉଁଥିପାଇଁ ବିକାଶର ରାସ୍ତାରେ ଭାରତର ସ୍ପିଡ୍ ନନଷ୍ଟପ ହେବା ନିଶ୍ଚିତ। ଭାରତରେ ଆସିଥିବା ଡିଜିଟାଲ କ୍ରାନ୍ତି ପଛରେ ମୋଦି ସରକାରର ବଡ଼ ଭୂମିକା ରହିଛି । ଏବେ ୫G ଲଞ୍ଚ ପରେ ଦେଶ ନା କେବଳ ଆତ୍ମନିର୍ଭରତା କ୍ଷେତ୍ରରେ ବରଂ ବିଶ୍ବଗୁରୁ ହେବା ଦିଗରେ ବିରାଟ ପାଦ ବଢ଼ାଇଛି ।

Leave a Reply

Your email address will not be published. Required fields are marked *