ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବର୍ଷା ସହ ବଜ୍ରପତା ହେବାର ସମ୍ଭାବନା ରହିଛି ।

ସପ୍ତାହ ଆରମ୍ଭରୁ ବଦଳିଲା ସୁନା ଓ ରୂପା ଦର | ଦେଶରେ ସୁନାର ନୂଆ ମୂଲ୍ୟ ଜାରି କରାଯାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୫,୩୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୩୩୦ ଟଙ୍କା କମି ୭୧,୨୮୦ ଟଙ୍କା ରହିଛି।

ବାରଙ୍ଗ ନିକଟସ୍ଥ ପୁରୀ ମେନ କେନାଲରୁ ଏକ ସ୍କୁଟି ଉଦ୍ଧାର ହୋଇଛି | ରାତିରେ ଜଣେ ସ୍କୁଟି ଆରୋହୀ କେନାଲ ଭିତରେ ପଡ଼ିଯାଇଥିବା ସନ୍ଦେହ କରାଯାଉଛି | କିପରି କେଉଁ ପରିସ୍ଥିତିରେ କେନାଲ ଭିତରେ ପଡିଗଲେ ତାହା ସ୍ପଷ୍ଟ ହୋଇନାହିଁ | ତେବେ ସ୍କୁଟି ଉଦ୍ଧାର ହେଲା ପରେ ଚାଳକଙ୍କୁ ଖୋଜାଖୋଜି କରାଯାଉଛି |

ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ପୁଣି ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି ।

Leave a Reply

Your email address will not be published. Required fields are marked *