ଆସୁଛି ବର୍ଷା ଦିନ

ଫୋକସ ପ୍ଲସ ୨୦/୦୬/୨୨(ବାଲେଶ୍ୱର): ଆସୁଛି ବର୍ଷା ଦିନ । ବର୍ଷା ଦିନରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବନ୍ୟା ଓ ବାତ୍ୟା ଏକ ନିତିଦିନିଆ ଘଟଣା। ତେବେ ବନ୍ୟା ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କ୍ଷତିରୁ ରକ୍ଷା କରିବା ପାଇଁ ସରକାର ତଥା ସଚେତନ ନାଗରିକଙ୍କ ଦାୟିତ୍ଵ ହୋଇଥିଲାବେଳେ ଆଜି ସାରା ଓଡ଼ିଶାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଲୋକଙ୍କୁ ଉଦ୍ଧାର ପାଇଁ ଏକ ମକଡ୍ରିଲ୍ ମାଧ୍ୟମରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ବସ୍ତା ବ୍ଲକର କୈନଗରୀ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀ ରେ ଆଜି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ବସ୍ତା ଅଗ୍ନିଶମ ବିଭାଗ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିବା ବେଳେ ପଞ୍ଚାୟତର ସରପଞ୍ଚ ରାଧାବଲ୍ଲଭ ମଣ୍ଡଳ ପ୍ରଶିକ୍ଷଣ ଶିବିର ଉଦଘାଟନ କରିଥିବା ବେଳେ ବ୍ଲକ୍ ସଦସ୍ୟା ଅମିତା ମୈକାପ,ନାଏବ ସରପଞ୍ଚ ଗୀତାଞ୍ଜଳି ସାମଲ, ବାତ୍ୟା ଆଶ୍ରୟସ୍ଥଳୀ ର ସଂପାଦକ ଧର୍ମପଦ ବେହେରା, ସାମାଜିକ କର୍ମୀ ସରୋଜ ପ୍ରଧାନ,ଅଶୋକ କୁମାର ଦେହୁରୀ ପ୍ରମୁଖ ଯୋଗଦାନ କରିଥିଲା ବେଳେ ପଞ୍ଚାୟତର ଶହେରୁ ଅଧିକ ଯୁବ ସ୍ବେଚ୍ଛାସେବୀଙ୍କୁ ଆଜି ପ୍ରଶିକ୍ଷଣ ଦିଆଯିବାସହ ଅଗ୍ନିଶମ ବିଭାଗ କର୍ମଚାରୀ ମକଡ୍ରିଲ୍ ମାଧ୍ୟମରେ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ବାଲେଶ୍ୱର ବସ୍ତା ରୁ ଚାନ୍ସେଲର ରାଉତ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *