ଆସୁଛି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ

ଫୋକସ ପ୍ଲସ (ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି ମଙ୍ଗଳବାର ରୁ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ ।ଏନେଇ ସମସ୍ତ ପ୍ରସ୍ତୁତି ସରିଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ । ସମସ୍ତ ଦଳର ଖେଳାଳି ମଧ୍ୟ ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱର ଏବେ ଚଳଚଞ୍ଚଳ ହୋଇଛି । ଆଉ ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ଅଣ୍ଡର ସେଭେନ୍ଟିନ୍ ମହିଳା ବିଶ୍ୱକପ୍ । ୧୧ ତାରିଖ ଦିନ ସାଢ଼େ ୪ଟାରେ ମରୋକ୍କୋ ଟିମ୍ ସହ ମୁକାବିଲା ଆରମ୍ଭ କରିବ ବ୍ରାଜିଲ୍ ଟିମ୍ କଳିଙ୍ଗ ଷ୍ଟାଡିୟମ୍‌ରେ । ଆମେରିକା ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପାଇଁ ସେହିଦନ ୧୧ ତାରିଖରେ ସଂଧ୍ୟା ଆଠଟାରେ |

ପରେ ୧୪ ତାରିଖରେ ମରୋକ୍କୋ ଓ ୧୭ରେ ବ୍ରାଜିଲ୍‌କୁ ଭେଟିବ ଟିମ୍ ଇଣ୍ଡିଆ । ୪ଟି ଗ୍ରୁପର ୧୬ଟି ଦେଶ ଏଥର ଭାଗନେଇଛନ୍ତି। ଗ୍ରୁପ A ରେ ସ୍ଥାନ ପାଇଛି ଭାରତ | ତେବେ ପ୍ରଥମ ଥର ପାଇଁ ଭାରତ ବିଶ୍ବକପରେ ସ୍ଥାନ ପାଇଛି । ବ୍ରାଜିଲ, ଇଣ୍ଡିଆ, ମରକ୍କୋ, ଆମେରିକା ଗ୍ରୁପ A ରେ ଅଛନ୍ତି ।
ଆମେରିକା, ବ୍ରାଜିଲ, ମରକ୍କୋ ଭଳି ଶକ୍ତିଶାଳି ଦଳକୁ ସାମନା କରୁଥିବା ଭାରତ ପାଇଁ ମ୍ୟାଚ ଜିତିବା କଷ୍ଟକର ହୋଇପାରେ । ଭୁବନେଶ୍ବର ସହ ଗୋଆ , ମୁମ୍ବାଇରେ ମଧ୍ୟ କିଛି ମ୍ୟାଚ୍ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *