ଆସୁଛି ରଙ୍ଗର ପର୍ବ “ହୋଲି”

ହୋଲିକୁ ଆଉ ଦିନ କେଇଟା ରହିଲା । ରଙ୍ଗ, ପ୍ରେମ ଓ ଭାଇଚାରର ପର୍ବ ହୋଲି । ଗାଁ ଠାରୁ ସହର ଏହି ପର୍ବ ସବୁଠାରେ ପାଳନ କରାଯାଏ । ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପଡିଥାଏ । ଏହି ଦିନକୁ ସମସ୍ତେ ମିଶି ବଡ ଆଡମ୍ବର ର ସହ ପାଳନ କରିଥାଆନ୍ତି । ସମସ୍ତେ ସାଙ୍ଗ, ସାଥୀଙ୍କ ପରିବାର ଲୋକ ଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା ମସ୍ତି କରିଥାନ୍ତି। ହେଲେ ହୋଲି କାହିଁକି ପାଳନ କରାଯାଏ ଜାଣିଛନ୍ତି କି? ଏହା ପଛରେ ଭିନ୍ନ ଭିନ୍ନ କାରଣ ରହିଛି । ସେଥିମଧ୍ୟରୁ କିଛି କାରଣ ପୁରାଣ ବର୍ଣ୍ଣିତ ହୋଇଥିବା ବେଳେ ଅନ୍ୟ କିଛି ଐତିହାସିକ କାରଣ ବୋଲି ମାନିଥାଆନ୍ତି । ତେବେ ଏହି ପର୍ବରେ କୌଣସି ଜାତିଗତ ଭେଦଭାବ କି ବଡ଼ ସାନ ଦେଖାଯାଇନଥାଏ । ସମସ୍ତେ ମିଶି ଏହି ପର୍ବକୁ ଖୁବ୍ ଆନନ୍ଦର ସହ ପାଳନ କରିଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ହୋଲି ପର୍ବ କାହିଁକି ପାଳନ କରାଯାଏ ଏବଂ ଏହା ପଛର କାରଣ କଣ ।
ହୋଲି ପର୍ବ ପାଳନ କରିବାର ମାନ୍ୟତା ହେଉଛି ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦଙ୍କ ଦ୍ବାରା ରାକ୍ଷସ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କର ବଧ କରିଥିଲେ। ହିରଣ୍ୟକଶ୍ୟପ ଜଣେ ରାକ୍ଷସ ଥିଲେ , ଯାହାର ପୁତ୍ରଙ୍କ ନାମ ଥିଲା ପ୍ରହଲ୍ଲାଦ। ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ କିନ୍ତୁ ରାକ୍ଷସ ହିରଣ୍ୟକଶ୍ୟପ ଭଗବାନ ବିଷ୍ଣୁଙ୍କର ଘୋର ବିରୋଧୀ ଥିଲେ। ତାଙ୍କ ରାଜ୍ୟରେ କିଏ ବି ଭଗବାନ ବିଷ୍ଣୁଙ୍କ ପୂଜା କରୁ ସେ ଚାହୁଁନଥିଲେ। କିନ୍ତୁ ପ୍ରହଲ୍ଲାଦ ଦିନ-ରାତି ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ, ଯାହା ଫଳରେ ପିତା ହିରଣ୍ୟ କଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ବହୁବାର ପ୍ରୟାସ କରିଥିଲେ, ମାତ୍ର ବାରମ୍ବାର ଏହି ପ୍ରୟାସରେ ଅସଫଳ ହେଉଥିଲେ । ସେହି ସମୟରେ ହିରଣ୍ୟକଶ୍ୟପ ଭକ୍ତ ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ନିଜ ଭଉଣୀ ହୋଲିକାଙ୍କୁ ତାଙ୍କ ପାଖକୁ ପଠାଇଥିଲେ।ବିଷ୍ଣୁ ଭକ୍ତ ପ୍ରହଲ୍ଲାଦ ରାକ୍ଷସ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କର ବଧ କରିଥିଲେ । ସେବେ ଠାରୁ ପରମ୍ପରିକ ଭାବେ ହୋଲି ପର୍ବ ପାଳନ କରାଯାଉଛି ।

ବିରୋ ରିପୋଟ focus plus

Leave a Reply

Your email address will not be published. Required fields are marked *