ଆସ ଖାଇବା ପଖାଳ

ଫୋକସ ପ୍ଲସ 20/3/23(ବ୍ୟୁରୋ): ସେ ଧନୀ ହେଉ କି ଗରିବ ପଖାଳ ସଭିଙ୍କ ପାଇଁ ପ୍ରିୟ ଖାଦ୍ୟ | ଖାସ କରି ଆମ ଓଡ଼ିଆ ଲୋକ ପଖାଳ ସହ ନିବିଡ଼ ଭାବେ ଜଡିତ |ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି।ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ ମଧ୍ୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।ଓଡ଼ିଆ ସଂସ୍କୃତି, ପରମ୍ପରା ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ ହୋଇ ରହିଛି । ଓଡ଼ିଆଙ୍କ ଇଷ୍ଟ କାଳିଆ ସାଆନ୍ତଙ୍କ ପାଖରେ ବି ପଖାଳ ଲାଗି ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ବରେ ଏକମାତ୍ର ଦେବତା ଯିଏ କି ଘିଅ ପଖାଳ ଖାଇ ନିଦ୍ରା ଯାଆନ୍ତି। ତେଣୁ ପଖାଳଖିଆ ଜାତି ଭାବେ ଆମେ ପ୍ରତିଟି ଓଡ଼ିଆ ଗର୍ବ ଅନୁଭବ କରିଥାଉ। ପଖାଳ ଦିବସ ଦିନ ଓଡ଼ିଶାର ପ୍ରତିଟି ଘରେ, ହୋଟେଲ ଏବଂ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନରେ ନାନା ରକମର ପଖାଳ ସାଙ୍ଗକୁ ବିଭିନ ପ୍ରକାର ବ୍ୟଞ୍ଜନ ସବୁ ପ୍ରସ୍ତୁତ ହୋଇଥାଏ। ପଖାଳ କଂସାକୁ ଓଲି ପିଆଜ, ବଡ଼ି ଚୁରା, ଆମ୍ବ ଚଟଣି, ଶାଗ ଭଜା, ମାଛ ଭଜା ଓ ଚିଙ୍ଗୁଡ଼ି ଛେଚା ଦେଖୁ ଦେଖୁ ଲୋକଙ୍କ ମୁହଁରୁ ଆପେ ଲାଳ ବୋହିଆସେ। ତେବେ ଏଥର ପଖାଳ ଦିବସ ସୋମବାର ପଡ଼ୁଥିବାରୁ ଆମିଷପ୍ରିୟ ଲୋକ ଦିନକ ଆଗରୁ ପ୍ରସ୍ତୁତ ହୋଇଯାଇଛନ୍ତି | ରାଜଧାନୀର ଅଧିକାଂଶ ହୋଟେଲ, ରେସ୍ତୋରାଁ ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତୁତି ହୋଇସାରିଛି |ତେବେ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ।ଖରା ଦିନେ ଗରମରୁ ରକ୍ଷା ପାଇବା ପାଇଁ ବା ଟିକିଏ ତୃଷ୍ଣା ନିବାରଣ ପାଇଁ ପ୍ରତି ଓଡ଼ିଆ ଖାଇଥାଏ ପଖାଳ। । ତେବେ ଖାଲି ଖରାଦିନ ନୁହେ ସବୁ ଓଡ଼ିଆଙ୍କ ପ୍ରଥମ ପସନ୍ଦ ଓ ପ୍ରିୟ ଖାଦ୍ୟ ହେଉଛି ପଖାଳ । ସକାଳ ହେଲେ ଓଡ଼ିଆ ଲୋକେ ପଖାଳ କଂସେ ଖାଇଦେଲେ ତାର ଦିନ ସାରାର ଭୋକ ମେଣ୍ଟିଯାଇଥାଏ । ଏହି ପଖାଳ କାହିଁ କେଉଁ ପୁରୁଣା କାଳରୁ ଓଡ଼ିଆ ମାନେ ଖାଇଆସୁଛନ୍ତି । ଏହା ଆମ ପରମ୍ପରା ଓ ଆମ ସଂସ୍କୃତି ସହ ଯୋଦି ହୋଇ ରହିଛି । ଜଗନାଥ ସଂସ୍କୃତିରେ ପଖାଳର ବିଶେଷତ୍ୱ ରହିଛି । ବିଶେଷ ଭାବେ ପଖାଳରେ ଔଷଧୀୟ ଉପକାରିତାକୁ ନେଇ ପୂର୍ବ ପୁରୁଷମାନଙ୍କ ସମୟରୁ ଆମେ ପଖାଳ ଖାଇଆସୁଛୁ । ଯଦିଓ ବି ଆଧୁନିକତାର ଛାପରେ ଓଡ଼ିଆ ପ୍ରତିଦିନର ପଖାଳ ଖାଇବା କମାଇଦେଲାଣି କିନ୍ତୁ ଖରା ଦିନ ଆସିଲେ ପଖାଳର ମହକରେ ବାସେ ପୁରା ଓଡିଶା । ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । ଏଠି ଭକ୍ତ ବି ଖାଅନ୍ତି ଆଉ ଭଗବାନଙ୍କ ପାଖରେ ବି ଭୋଗ ଲାଗେ ପଖାଳ । ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ । ଖରା ଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ କଂସେ ଖାଇବାକୁ।ପୂର୍ବରୁ ପଖାଳ କେବଳ ଗରିବଙ୍କ ମଧ୍ୟରେ ସୀମିତ ଥିଲା ହେଲେ ଏବେ ଏହାର ପରିଚୟ ବଦଳିଛି । ଆଧୁନିକ ତା’ର ଖୋଳପାରେ ପଖାଳ ଏବେ ସବୁ ବର୍ଗର ଲୋକଙ୍କ ପସନ୍ଦର ବ୍ୟଞ୍ଜନ ପାଲଟିଛି । ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନ୍ୟୁରେ ପଖାଳର ଚାହିଦା ରହିଛି। ଆଉ ପିଲା ଠୁ ବୁଢା ସଭିଏ ପଖାଳ ଖାଇବାକୁ ପସନ୍ଦ ମଧ୍ୟ କରୁଛନ୍ତି | ଆଜି କାଲିର ଯୁବ ପିଢ଼ି ପଖାଳ ପ୍ରତି ଅଧିକ ଆକର୍ଷିତ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି | ଵର୍ତାମାନ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ଖାଦ୍ୟ ଖାଇବା ସହ ଫୋଟୋ ଉଠାଇବା ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ଏକ ଫ୍ୟାସନ ପାଲଟି ଗଲାଣି |ଯେତେ ଦେଶୀ ବିଦେଶୀ ଖାଦ୍ୟ ହେଉ ଆଜି କଲି ସମସ୍ତେ ପଖାଳକୁ ଖୋଜୁଛନ୍ତି | ତେବେ କେବଳ ଓଡ଼ିଶାରେ ନୁହେ ବିଶ୍ୱର କୋଂ ଅନୁକୋଣରେ ରହୁଥିବା ପ୍ରତ୍ୟକ ଓଡ଼ିଆ ଏହି ଦିନ ପଖାଳ ଖାଇ ଖୁସି ମନେଇଥାନ୍ତି |ଓଡିଶା ସମେତ ପଶ୍ଚିମବଂଗ ,ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ ଲୋକପ୍ରିୟ ହୋଇଛି | ପଖାଲ ଖାଇବା ଦ୍ୱାରା ଅନେକ ଫାଇଦା ମଧ୍ୟ ମିଳିଥାଏ | ପଖାଳ ଭାତ ଓ ତୋରାଣିରେ ଅନେକ ଉପାଦେୟ ଭିଟାମିନ ମଧ୍ୟ ରହିଛି | ପଖାଳ ଖାଇବା ଦ୍ୱାରା ପେଟ ମଧ୍ୟ ଥଣ୍ଡା ରହିଥାଏ | ତେବେ ପଖାଳ ଖାଲି ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ନୁହେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପଖାଳକୁ ଖୁବ ଭଲ ପାଆନ୍ତି |ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସକୁ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସାରା ଦେଶରେ ଚର୍ଚାର ବିଷୟ ପାଲଟିଛି | ତେବେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୟକ ଏବଂ ସବୁ ନେତା ମନ୍ତ୍ରୀ ମାନେ ମଧ୍ୟ ପଖାଳ ଦିବସକୁ ଖୁବ ଖୁସିରେ ମନେଇ ଥାନ୍ତି | ଏନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚା ମଧ୍ୟ ହୋଇଥିବାର ଆପଣ ମାନେ ଜାଣିଥିବେ |

Leave a Reply

Your email address will not be published. Required fields are marked *