ଫୋକସ ପ୍ଲସ(ନୂଆଦିଲ୍ଲୀ): ଦେଶର କଂଗ୍ରେସ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ଏହା ମଧ୍ୟରେ କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ଏକ ମାସ ବିତି ସାରିଛି । ସେପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ତୁମକୁରୁର ମାୟାପ୍ରସାଦରେ ଆରମ୍ଭ ହୋଇଥିଲା । ହଜାର ହଜାର ସଂଖ୍ୟାରେ କଂଗ୍ରେସକର୍ମୀ ଏହି ଯାତ୍ରାରେ ଭାଗ ନେଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାର ୩୧ତମ ଦିନରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥିବାର ଦେଖିବାକୁ ମିଳିଛି । ତେବେ ଦଳର ଅଧ୍ୟକ୍ଷ ପଦ ପାଇଁ ମୁଁ ନିଜର କୌଣସି ବିଚାର ଦେବାକୁ ଚାହୁଁ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି । ଏହା ସହ ଆରଏସଏସ ଏବଂ ବୀର ସାବେରକରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଇଂରେଜକୁ ସାହାଯ୍ୟ କରୁଥିଲା ଆରଏସଏସ । ଏନେଇ ବୀର ସାବେରକରଙ୍କୁ ଇଂରେଜମାନଙ୍କ ଠାରୁ ଷ୍ଟାଇଫେଣ୍ଡ ମିଳୁଥିଲା ।
କେବଳ ଏତିକି ନୁହେଁ ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ଜନତା ପାର୍ଟିର କୌଣସି ଅବଦାନ ନଥିଲା । ବିଜେପି ଏଭଳି ତଥ୍ୟକୁ ଲୁଚାଇ ପାରିବ ନାହିଁ । କେବଳ କଂଗ୍ରେସର ନେତାମାନେ ହିଁ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ଏହା ସହ ଆମେ ଫାସିବାଦୀ ପାର୍ଟି ନୁହଁ । ଆମ ଦଳ କେବଳ କଥାବାର୍ତା ଉପରେ ବିଶ୍ୱାସ ରଖେ । ନିର୍ବାଚନ ଯିତିବାକୁ ହେଲେ ଆମକୁ ଏକ ଟିମ ଭଳି କାର୍ଯ୍ୟ କରିବାକୁ ପଡ଼ିବ । ହିଂସା ଓ ଘୃଣା ବିସ୍ତାର କରୁଥିବା ଯେକୌଣସି ବ୍ୟକ୍ତିଙ୍କ ସହିତ କଂଗ୍ରେସ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ।