ଇଞ୍ଜିନିଅରିଂ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ଫୋକସ ପ୍ଲସ (ରଗଡି): ରଗଡି ଗଭରମେଣ୍ଟ ପଲିଟେକନିକ ଇଞ୍ଜିନିଅରିଂ କଲେଜ ଠାରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଆଜି ଓଡିଶା ଇଞ୍ଜିନିଅରିଂ ଛାତ୍ର ସଙ୍ଘ ପକ୍ଷରୁ ଏହି ରକ୍ତଦାନ ଶିବିରକୁ ଆୟୋଜନ କରିଥିବା ବେଳେ କୋରାଇ ବିଧାୟକ ଅଶୋକ କୁମାର ବଳ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲ |ସମ୍ମାନିୟ ଅତିଥି ଭାବେ ଭବପ୍ରସାଦ ଦାସ ଯୋଗଦେଇ ରକ୍ତଦାତା ମାନଙ୍କର ଉତ୍ସାହ ବଢ଼ାଇଥିଲେ |ସରକାରୀ ବୋହୁମୁଖୀ ଶିକ୍ଷାନୁଷ୍ଠାନ ରଗଡିର ଅଧ୍ୟାପକ ରାଜେନ୍ଦ୍ର କୁମାର ପୃଷ୍ଟି ସମ୍ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ସହ ରକ୍ତଦାତାଙ୍କ ସୁବିଧା ନିମନ୍ତେ ସମସ୍ତ ବନ୍ଦୋବସ୍ତ ସଠିକ ଭାବରେ କରିଥିଲେ |ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ, ଭଲେଣ୍ଟିଅର ରହି କାର୍ଯ୍ୟକ୍ରମ ଆଗକୁ ନେଇଥିଲେ |କୋରାଇ ବ୍ଲକର ସମସ୍ତ ଜନ ପ୍ରତିନିଧିଙ୍କ ସହ ବ୍ୟାସନଗର ସହର ସମସ୍ତ ଜନ ପ୍ରତିନିଧି ମାନେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ |

ରଗଡି କୋରାଇ ରୁ ପଦ୍ମଲୋଚନ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *