ଇଞ୍ଜିନିୟର ଫୋରମ ପକ୍ଷରୁ ୫୫ତମ ଇଞ୍ଜିନିୟର ଦିବସ ପାଳିତ

ଫୋକସ ପ୍ଲସ(ବାଲେଶ୍ୱର)୧୬/୦୯/୨୦୨୨:ଭେନ୍ୟା ପାରାଡ଼ାଇସ ହୋଟେଲ ର ସମ୍ମିଳନୀ କକ୍ଷରେ ଇଞ୍ଜିନିୟରସ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ। ଦିବସ ବ୍ୟାପି କାର୍ଯ୍ୟକ୍ରମ ଭିତରେ ସକାଳେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର କରାଯାଇଥିଲା। ଅପରାହ୍ନରେ 3ଟି ଦୃଷ୍ଟିହୀନ ବିଦ୍ୟାଳୟ ଓ ଗୋଟିଏ ବୃଦ୍ଧାଶ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ସମୟରେ ଇଞ୍ଜିନିୟର ମାନଙ୍କର ବହୁବିଧ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ସରକାରୀ ସ୍ତରରେ ଜନାହିତକର କାର୍ଯ୍ୟର ନିର୍ମାଣ କାର୍ଯ୍ୟ ଅବଧି ଭିତରେ ସାରିବା, ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା, ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଡେରି ନ କରି ସମାପ୍ତ କରିବା ଭଳି ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଥିବା ସରକାରୀ ଓ ବେସରକାରୀ ଇଞ୍ଜିନିୟରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଶେଷ କରି ଏହି କାର୍ଯ୍ୟକ୍ରମ ଦୁଇବର୍ଷ ପରେ ହୋଇଥିବାରୁ ସମସ୍ତଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *