ଇଞ୍ଜେକସନ ନେଲା ନାବାଳକର ଜୀବନ !

ଫୋକସ ପ୍ଲସ 5/3/23(ଭଦ୍ରକ):ଭଗବାନଙ୍କ ଲିଳା ବଡ ବିଚିତ୍ର। ଭଗବାନଙ୍କ ସୃଷ୍ଟିରେ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ଏହାକୁ ଟାଳିବାର ସତ୍ ସାହାସ କାହା ପାଖରେ ନାହିଁ। ସେଇଥି ପାଇଁ ତ କଥା ଅଛି ମର୍ତ୍ତ ମଣ୍ଡଳେ ଦେହ ଵହି ଦେଵତା ହେଲେଵି ମରଇ। ଜନ୍ମ ଆଉ ମୃତ୍ୟୁ ହେଉଛି ପଇସାର ଦୁଇ ପାର୍ଶ୍ଵପରି । କେତେ ବେଳେ ଜେ କାହାର ଜୀବନ ଦୀପ ଟା ଲିଭି ଜିବ ସେଇଟା ହେଉଛି ସେଇ ସୃଷ୍ଟିକର୍ତ୍ତା ସେଇ ଭଗବାନଙ୍କୁ ଯଣା। ଆଜିର ସମାଜରେ ଡାକ୍ତରଙ୍କୁ ବି ଭଗବାନଙ୍କର ଦିତୀୟ ରୂପ ବୋଲି ବିବେଚନା କରାଯାଏ। କିନ୍ତୁ ଡ଼ାକ୍ତର ବାବୁଙ୍କର ଟିକିଏ ଅସାବଧାନତା ପାଇଁ ଗୋଟିଏ କୋମଳ ମତି ନାବାଳକର ମୃତ୍ୟୁ ଏ କଥାକୁ ବିଶ୍ବାସ କରିବା ନିଜ ପାଇଁ ଅସମ୍ଭବ ମନେ ହେଉଛି।

ସୂଚନା ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଆଚାର୍ଯ୍ୟ ନଗରର ଶୁଭେନ୍ଦୁ ରାଉଳ ନାମକ ନାବାଳକ ଅସୁସ୍ଥ ହୋଇପଡିଥିଲେ | ତାଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକର ଡାକ୍ତର R.K.NAYAK ଙ୍କ ପାଖକୁ ନେଇଥିଲେ.। ଡାକ୍ତର R.K.NAYAK ଚିକିତ୍ସା କରିବା ସମୟରେ ଇଞ୍ଜେକ୍ସନ ମଧ୍ୟ ଦେଇଥିଲେ। ଇଂଜେକସନ ଦେବା ପରେ ନାବାଳକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା | ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା |ତାଙ୍କ ସହ ଘରୋଇ କ୍ଲିନିକର ଡାକ୍ତର R.K.NAYAK ମଧ୍ୟ ଭଦ୍ରକ ମେଡିକାଲକୁ ଯାଇଥିଲେ| କିନ୍ତୁ ନାବାଳକ ଜଣକ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ପରେ ପରିବାର ଲୋକେ ଉତ୍ୟକ୍ତ ହୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାଡ଼ ମାରିଥିଲେ।ଏହି ଘଟଣା ସମୟରେ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭଦ୍ରକ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି | ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକ ଜଣଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ । ସେ ଯାହା ଵି ହେଉ ଡାକ୍ତରଙ୍କ ଭୁଲ୍ ପାଇଁ ହେଉ କି ନିୟତିର ବରାଦ ହେଉ କିନ୍ତୁ ଗୋଟିଏ ମାର କୋଳ ଶୁନ୍ୟ ହୋଇ ଗଲା ଏଇ କଥାକୁ ଆମକୁ ମାନିବାକୁ ପଡିବ।

Leave a Reply

Your email address will not be published. Required fields are marked *