ଇଞ୍ଜେକ୍ସନ ଦେଇ ଗାଁ ସଭାପତିଙ୍କୁ ହତ୍ୟା

ଫୋକସ ପ୍ଲସ 7/3/2023(ଅନୁଗୁଳ):ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁର ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଗାଁର ସଭାପତି ବାଳକୃଷ୍ଣ ନାୟକ ଶନିବାର ରାତିରେ ନିଜ ଘର ଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ବିଷ ଇଞ୍ଜେକସନ ଫୋଡ଼ି ଦେଇ ଫେରାର ହୋଇଥିବା ବେଳେ, ଏହାପରେ ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ପଳାଇ ଆସିଥିଲେ। ଘରକୁ ଆସିବା ପରେ ପରିବାର ଲୋକଙ୍କୁ ବିଷ ଇଞ୍ଜେଷ୍କନ୍ ଫୁଡ଼ା କଥା କହି , ଅଚେତ ହୋଇଗଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ପ୍ରଥମେ ଅନୁଗୋଳ ମେଡିକାଲ ଓ ପରେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରିଥିଲେ । କଟକ ବଡ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ଶବକୁ ଶବ ବ୍ୟବଛେଦ ପାଇଁ ଅନୁଗୋଳ ମୁଖ୍ୟଚିକିତ୍ସାଳୟ କୁ ଅଣା ଯାଇଥିଲା । ତେବେ ଫାର୍ମରେ ଶୋଇଥିବା ସ୍ଥାନରୁ ପରିବାର ଲୋକେ ଏକ ହାତ ଲେଖା ବେନାମୀ ଚିଠି ପାଇଥିଲେ । ଯେଉଁଥିରେ ଲେଖା ଅଛି ସଭାପତି ମହୋଦୟ , ଗାଁ ପାଇଁ ସହିଦ ହୋଇଯାଅ , ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା , ଆଜି ପୁରଣ ହେଲା ବୋଲି ଚିଠି ରେ ଲେଖା ଯାଇଥିଲା । ଏହାଛଡା ଦୁଇଟି ସିରିଞ୍ଜ ମଧ୍ୟ ସେ ଜାଗାରୁ ମିଳିଥିବା ଦେଖିବାକୁ ମିଳିଥିଲା । ତେବେ କିଏ ଓ କାହିଁକି ଏଭଳି ଫିଲ୍ମ ଷ୍ଟାଇଲ ରେ କିଏ ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେ ନେଇ ଲୋକଙ୍କ ମନରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ବାଳକୃଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *