ଇଣ୍ଡୋନେସିଆରେ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ୟୁନାଇଟେଡ ଷ୍ଟେଟ ଜିଓଗ୍ରାଫିକାଲ ସର୍ଭେ ପକ୍ଷରୁ ଏହା କୁହାଯାଇଛି।ଭୂକମ୍ପ ଝଟକା ସଂପର୍କରେ ଲୋକେ ଜାଣିପାରିବା ପରେ ଘର ଭିତରୁ ବାହାରି ଯାଇଁ ପଡ଼ିଆ ଓ ଖାଲି ସ୍ଥାନ ଅଡ଼କୁ ଦୌଡ଼ିଛନ୍ତି। ତେବେ ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ି ନାହିଁ। ମିଡିଆ ରିପୋର୍ଟ ଅନୁସାରେ ଇଣ୍ଡୋନେସିଆର ବୁକିଟ୍ଟିଙ୍ଗି ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଇଛି। ଆଜି ପୂର୍ବାହ୍ନ ୭ଟା ୯ ମିନିଟରେ ଏହି ଭୂକମ୍ପ ହେବା ଦ୍ବାରା ଲୋକେ ଭୟଭୀତ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *