ଇନ୍ଦିରା ଆବାସ ଅପେକ୍ଷାରେ ବଶିଂଧର

ଫୋକସ ପ୍ଲସ ୧୦/୬/୨୨(କଳାହାଣ୍ଡି): ୨୦୧୧ ଜନଗଣନା ରେ ଯାହାର ଝାଟିମାଟି ଘର ଥିଲା ସେମାନଙ୍କର ନାମ SCC ଲିଷ୍ଟ ରେ ସଂଯୋଗ କରାଯାଇଥିଲା ଏବଂ ସେମାନଙ୍କୁ ପ୍ରଥମେ ଇନ୍ଦିରା ଆବାସ ଗୃହ କିମ୍ବା ବିଜୁ ପକ୍କାଘର ଯୋଜନାରେ ସାମିଲ ହୋଇ ପ୍ରଥମେ ଘର ପାଇବେ ବୋଲି କହୁଥିବା ବେଳେ କିନ୍ତୁ କଳାହାଣ୍ଡି ଜିଲ୍ଲାରେ ତାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ଆମେ କହୁଛୁ କର୍ଲାମୁଣ୍ତା ବ୍ଲକ ସାପଲହରା ଗ୍ରାମ ପଞ୍ଚାୟତ ସ୍ଥିତ କଣ୍ଡରେଇ ଗାଁ ରେ ରହୁଥିବା ବଶିଂଧର ପୁଟେଲ ର କଥା। ଦିର୍ଘ ଅନେକ ବର୍ଷ ହେଲା ଝାଟିମାଟି ଘରେ ରହିଆସୁଥିଲେ ବଶିଂଧର ପୁଟେଲ, ହଠାତ୍ ପ୍ରବଳ ବର୍ଷା ଓ ପବନ ହେବା ଯୋଗୁଁ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା, ପରେ ପାଖରେ ଥିବା ଅଙ୍ଗନବାଡି କର୍ମୀ କୁ ଜଣାଇ ଗାଁ ରେ ଥିବା ଗ୍ରାମ ବିକାଶ ଯୋଜନାରେ ୧୫ ଦିନ ରହିବା ପରେ କର୍ଲାମୁଣ୍ଡା ତହସିଲଦାର ବଶିଂଧର ପୁଟେଲ ଘରକୁ ଆସି ତଦାରଖ କରି ଗଲା ପରେ ଅଫିସ ତରଫରୁ ତାଙ୍କୁ ଗୋଟିଏ କଲା ଜରି ଦିଆଯାଇଥିଲା। ଏହି ବିଷୟକୁ ନେଇ କର୍ଲାମୁଣ୍ତା ବ୍ଲକ ବିଡ଼ିଓ ମେଡମ ପ୍ରିୟଦର୍ଶିନୀ ମିର୍ଦ୍ଧା କୁ ମଧ୍ୟ ଜଣାଇବାରୁ ତୁମେ ନିଶ୍ଚୟ ଘର ପାଇବେ ବୋଲି କହିଥିଲେ ଏବଂ TWITTER ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ କୁ TWEET ମଧ୍ୟ କରିଥିଲେ ଯାହାର ଲେଟର ନମ୍ବର ୧୫୭୮ ତାରିଖ ୩୦/୦୬/୨୦୨୧ ଦିନ ଚିଠି କରିଥିଲେ, ଯାହାର TWEET ନମ୍ବର ହେଉଛି C୧୬୧୦୭୨, ବିଡ଼ିଓ ମହୋଦୟ କହିଥିଲେ ଯେ ବଶିଂଧର ପୁଟେଲ ଙ୍କ ନାମ Scc inclusion list ରେ ତାଙ୍କର ନାମ ଅଛି ଘର ପାଇବା ଯୋଗ୍ୟ ବୋଲି ଚିଠି ମଧ୍ୟ କରିଛନ୍ତି କିନ୍ତୁ ଆଜକୁ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ପୁଟେଲ ପରିବାର। ପ୍ରକାଶ ଥାଉ କି ବଶିଂଧର ପୁଟେଲ ର ନାମ ପୁରୁଣା ଲିଷ୍ଟ ରେ ନାମ ଥିଲା କିନ୍ତୁ ନୂଆ ଲିଷ୍ଟ ରେ ତାଙ୍କର ନାମ କଟି ଯାଇଥିବାରୁ ଏବେ ଯୋର ଚର୍ଚ୍ଚା ଯୋର ଧରିଛି କର୍ଲାମୁଣ୍ତା ଅଞ୍ଚଳରେ। କେଭେଁ କେଉଁଦିନ ଏହି ପୁଟେଲ ପରିବାର ଙ୍କ ଉପରେ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ ପ୍ରଶାସନ ନଜର ଦେବେ ତାହା ଦେଖିବାକୁ ବାକି ରହିଲା।

କର୍ଲାମୁଣ୍ତା ରୁ ଧନୁର୍ଯ୍ୟ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *