ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପ।

ଫୋକସ ପ୍ଲସ(ଥୁଆମୂଳ ରାମପୁର)୨/୦୮/ ୨୦୨୨:ଥମିବାର ନାଁ ନେଉନାହିଁ ଝାଡାବାନ୍ତି ରୋଗର ପ୍ରଭାବ। କେତେବେଳେ କାଶୀପୁର ଅଞ୍ଚଳରୁ ମୁଣ୍ଡ ନେଉଛି ତ କେତେବେଳେ ପୁଣି ଦଶମନ୍ତପୁର ଅଞ୍ଚଳ ରୁ ମୁଣ୍ଡ ନେଉଛି ଏହି ଝାଡାବାନ୍ତି ରୋଗ।ଏଭଳି ଚର୍ଚ୍ଚାରେ ଯୋଡି ହୋଇଯାଇଛି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳ ରେ ଦିନକୁ ଦିନ କାୟା ବିସ୍ତାର କରିଛି ଝାଡ଼ାବାନ୍ତି ରୋଗ।ଗତ କିଛିଦିନ ତଳେ ବ୍ଲକର ଗୋପୀନାଥପୁର ପଞ୍ଚାୟତ ଅଧିନ ଚିଙ୍ଗିରିପାସ୍ ଗ୍ରାମରେ ଏହି ରୋଗର ପ୍ରଭାବରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ମାଳିଗାଁ ପଞ୍ଚାୟତର କଣାସୁକୁଲି ଓ ସରଦାପାସ୍ ଗାଁ ରେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।ଏଥିସହ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର କୁଟୃପାଟ ଗାଁରେ ମଧ୍ୟ ଏହି ରୋଗ ତାର ପ୍ରକୋପ ଦେଖାଇ ସାରିଛି ବୋଲି ଜଣାପଡିଛି।ଗାଁର ଡମୁନୀ ଜାନୀ ନାମକ ଜଣେ ବୃଦ୍ଧା ଏହି ରୋଗରୁ ଆକ୍ରାନ୍ତ ହୋଇ ସୋମବାର ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛ ଏନେଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀ ନିତିଶ ଝାଙ୍କ ନେତୃତ୍ୱରେ ଦୁଇଗୋଟି ଡାକ୍ତରୀଦଳ ଇନ୍ଦ୍ରାବତୀ ଜଳଭଣ୍ଡାରର ଗଭୀର ଜଳରାଶି ମଧ୍ୟରେ ଡଙ୍ଗାରେ ପାରି ହୋଇ ଦୁର୍ଗମ କୁଟୃପାଟ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଞ୍ଚ କରି ଔଷଧ ପତ୍ର ଦେଇଫେରିଥିଲେ। ବରି ଜାନୀ,ଦଶରୀ ଜାନୀ,ଆଦାଇ ଜାନୀ ଏବଂ ମହାନ୍ତ ଜାନୀ ପ୍ରମୁଖ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ବ୍ୟକ୍ତି ଙ୍କୁ ଚିକିତ୍ସା କରିଥିବା ସୂଚନା ଦେଇଛନ୍ତି ଡାକ୍ତର ଶ୍ରୀ ଝା।ଏଥିସହିତ ବର୍ତ୍ତମାନ ସେଇ ଅଞ୍ଚଳରେ ଝାଡାବାନ୍ତି ରୋଗ ନିୟନ୍ତ୍ରଣାଧିନ ଥିବା ସୂଚନା ମିଳିଛି।କିନ୍ତୁ ପରବର୍ତ୍ତୀ ସମୟରେ ଜଣେ ବୃଦ୍ଧା ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।ଏଥିସହ ଏହି ରୋଗରେ ମହାନ୍ତ ଜାନୀର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଘଟଣା ସ୍ଥଳରୁ ଡାକ୍ତରୀଦଳ ଡଙ୍ଗା ସାହାଯ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାଳିକରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଉଥିବା ସୂଚନା ଦେଇଛନ୍ତି ଡାକ୍ତର ଶ୍ରୀ ଝା।ତୁରନ୍ତ ଏହି ରୋଗ ନିୟନ୍ତ୍ରଣ ନହେଲେ ସ୍ଥିତି ସାଂଘାତିକ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏଣୁ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କାରି କରିବା ପାଇଁ ଅଞ୍ଚଳ ବାସୀ ଙ୍କ ଦାବି ହେଉଛି ଏହାକୁ ନେଇ ଥୁଆମୂଳ ରାମପୁର ଅଞ୍ଚଳ ରେ ଭୟର ବାତାବରଣ ସୃଷ୍ଟି ହେଉଛି।

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *