ଫୋକସ ପ୍ଲସ(କଳାହାଣ୍ଡି)୨୦/୦୮/୨୦୨୨: ଦେଶ ସ୍ୱତନ୍ତ୍ରତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁ ଥିବା ବେଳେ ନର୍ଲା ଅଞ୍ଚଳର ଚାଷୀ କିନ୍ତୁ ମୁଣ୍ଡ ରେ ହାତ ଦେଇ ବସିଛନ୍ତି l ଚଳିତ ବର୍ଷ ଖରିଫ ଋତୁରେ ସ୍ବଳ୍ପ ବର୍ଷା ହେବା ଫଳରେ ଚାଷୀ ମରୁଡି ର ଆଶଙ୍କା କରୁଥିଲେ l ହେଲେ ଚଳିତ ମାସ ୧୦ ତାରିଖରୁ ଲଘୁଚାପ ଜନିତ ଲଗାତାର ବର୍ଷା ଲାଗି ରହିଥିବା କାରଣରୁ ଚାଷୀ ବର୍ତ୍ତମାନ ଚିନ୍ତାରେ l ଏଭଳି ପରିସ୍ଥିତି ରେ ଚାଷୀ ଇନ୍ସୁରାନ୍ସ କୁ ନେଇ କରିଥିବା ଅଭିଯୋଗ ର ଏ ପର୍ଯ୍ୟନ୍ତ କୌଣସି ସମାଧାନ ହେଇ ପାରିଲା ନାହିଁ l ଚଞ୍ଚକତା କରି ଗତ କିଛି ବର୍ଷ ହେଲା ନର୍ଲା ଅଞ୍ଚଳରେ ଚାଷୀଙ୍କ ଫସଲବିମା ପୈଠ କରି କିଛି ଦୂର୍ବୁତ ଏକ ବଡ଼ ରାକେଟ ଚଳାଇଛନ୍ତି l ହେଲେ ଏହି ଦୂର୍ବୁତ ମାନେ କିଏ ଏଯାଏ ଜଣା ପଡି ପାରି ନାହିଁ l କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମପଞ୍ଚାୟତ ଅଧିନସ୍ଥ ଧରଣିପଦର୍ ଗାଁ ର ରଜନୀ ସା, ଶ୍ରିପୂର ର ମିତ୍ରସେନ୍ ପ୍ରଧାନ ସମେତ ଅଞ୍ଚଳର ଅନେକ ଚାଷୀ ନର୍ଲା ଥାନାରେ ଓ ପଲମ୍ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ ସେମାନଙ୍କ ଫସଲବୀମା କିଏ କରିଥିବା ନେଇ l ଶ୍ରୀ ପ୍ରଧାନ ତାଙ୍କ ୧ .୮ଏକର ଜମିର କେହି ଜଣେ ଅଜଣା ବ୍ୟକ୍ତି ଫସଲ ବିମା ବାନ୍ଧି ଦେଇ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ନର୍ଲା ବ୍ଲକ ବିଭିନ୍ନ ପଞ୍ଚାୟତ ର ଅନେକ ଚାଷୀଙ୍କ ଫସଲ ବୀମା ବନ୍ଦା ଯାଇଥିବା ଘଟଣା ସାମ୍ନା କୁ ଆଣିଥିଲେ l ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ବଲବସପୁର ଓ ଧରଣିପଦର୍ ଗାଁ ର ରଜନୀ ସା,ଦିଲୀପ ସା,ଦୟାନିଧି ସା, ଅମିତ୍ ଭୋଇ,ସୁବାସ ଭୋଇ,ପ୍ରେମ ଭୋଇ, କଂହେଇ ଭୋଇ,ଉଜ୍ଜଳ ସା ଙ୍କ ଚାଷ ଜମି ସମେତ ରହୁଥିବା ଘର ଡିହର ମଧ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା ବାନ୍ଧି କିଛି ବ୍ୟକ୍ତି ମାଲେ ମାଲ ହେଉଛନ୍ତି l ଗତ ବର୍ଷ ମଧ୍ୟ ନର୍ଲା ବ୍ଲକ କର୍ମେ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୁଡ଼ିପଟା ଗ୍ରାମର ଅନେକ ଚାଷୀଙ୍କ ଫସଲ ବୀମା କେହି ଜଣେ ଅଜଣା ବ୍ୟକ୍ତି ଚାଷୀଙ୍କ ନାଁ ରେ ଫସଲ ବିମା ବାନ୍ଧି ମୋଟା ଅଙ୍କର ଟଙ୍କା ନିଜ ବ୍ୟାଙ୍କ୍ ଏକାଉଣ୍ଟ ରେ ଜମା କରେଇ ନେଇ ଥିବା ଘଟଣା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେl ହେଲେ ଏ ଦିଗରେ ଆଖି ଦୃଶିଆ କୌଣସି ପ୍ରକାର ପଦକ୍ଷେପ ପ୍ରଶାସନ ତରଫରୁ ନିଆ ଯାଇ ନ ଥିବାରୁ କିଛି ଅସାଧୁ ବ୍ୟକ୍ତି ସାହସ ପାଇ ଏଭଳି କାଣ୍ଡ ବାରମ୍ବାର କରିବା ପାଇଁ ସାହସ କରୁଛନ୍ତି ବୋଲି ଚାଷୀ କହୁଛନ୍ତି l ସରକାର ଏପଟେ ଚାଷୀଙ୍କ ପାଇଁ ଯୋଜନା ଉପରେ ଯୋଜନା ଆଣିଲା ବେଳକୁ ଏ ଯୋଜନା ମାନଙ୍କ ଲାଭ ଚାଷୀଙ୍କ ପାଖକୁ ପହଞ୍ଚି ପାରୁନାହିଁ l
ଏହି ରାକେଟ୍ ରେ ବିଭାଗ ର କିଛି ସରକାରୀ କର୍ମଚାରୀ ମାନଙ୍କ ହାତ ରହିଥିବା ମଧ୍ୟ ଚାଷୀ ଅଭିଯୋଗ ଆଣୁଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଯେ ଚଳିତ ମାସ ୨ ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କ ନର୍ଲା ବ୍ଲକ ରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରହିଥିଲା l ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ମଧ୍ୟ ଉପସ୍ଥିତ ରହିଥିଲେ l ଚାଷୀଙ୍କ ସହ ବିଗତ ତିନି ବର୍ଷ ଧରି ଚାଲିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଠକେଇ ର ଅଭିଯୋଗ କିଛି ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ l ଓ ଜିଲ୍ଲାପାଳ ଏହାର ତଦନ୍ତ କରି ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ l ହେଲେ ଏ ପର୍ଯ୍ୟନ୍ତ ଏହାର କୌଣସି ପ୍ରକାର ସମାଧାନ ହେଇ ପାରିଲା ନାହିଁ l ପୁଣି ଏବେ ଗତ ୧୯ ରୁ ୨୧ ପର୍ଯ୍ୟନ୍ତ ଲଘୁଚାପ ବର୍ଷା ଲାଗି ରହିଛି l ଫସଲର ସ୍ଥିତି କଣ ହେବ ଠିକ୍ ଏବେ ଚିନ୍ତାରେ ଚାଷୀ l ଏଭଳି ପରିସ୍ଥିତିରେ ତାଙ୍କର ଏକ ମାତ୍ର ସାହାରା ପ୍ରଧାନମନ୍ତ୍ରୀ ପାସଲ ବୀମା |ଏଣୁ ଚାଷୀ ମାନଙ୍କ ପାଇଁ ଆସୁଥିବା ଯୋଜନା କୁ ଚଳୁ କରିବାରେ କେଉ ଅସାଧୁ ବ୍ୟକ୍ତି ମାନଙ୍କ ହାତ ରହିଛି ତାକୁ ଚିହ୍ନଟ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ନର୍ଲା ଚାଷୀ ମହଲ ରୁ ସରକାରଙ୍କ ନିକଟରେ ଦାବି ହେଉଛି |
କଳାହାଣ୍ଡି ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ଫୋକସ ପ୍ଲସ |