ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ୨୭% ସ୍ଥାନ ସଂରକ୍ଷଣ ନେଇ ଦାବିପତ୍ର ପ୍ରଦାନ

ଫୋକସ ପ୍ଲସ (ଧର୍ମଗଡ)୧୪/୦୭/୨୦୨୨: ଆଜି ଓବିସି,ଏସ୍ ସି,ଏସ୍ ଟି ମିଲିତ ମଞ୍ଚ ତରଫରୁ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷା ରେ ୨୭ଶତକଡା ସଂରକ୍ଷଣ ଦାବି ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଓଡିଶା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଚଲିତ ବର୍ଷ ପରିକ୍ଷା ରେ ୯୫%ଛାତଛାତ୍ରୀ ପାସ କରିଥିବା ବେଲେ କଲେଜ୍ ମାନଙରେ ସିଟ୍ ସଂଖ୍ୟା କମ୍ ରହିଛି।ଏଣୁ କଟ ଅପ ମାର୍କ ଅଧିକ ରହିବା ସମ୍ଭାବନା ରହିଛି।ଏଣୁ ଓବିସି ବର୍ଗ ର ଛାତ୍ର ଛାତ୍ରୀ ମାନେ ନାମଲେଖା ରୁ ବଞ୍ଚିତ ହେବେ। କେନ୍ଦ୍ର ଓ ଅନ୍ୟ କେତେକ ରାଜ୍ୟ ସରକାର ଓବିସି ମାନଙ୍କୁ ଶିକ୍ଷା କ୍ଷେତ୍ରରେ 27%ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଓଡିଶା ସରକାର ସଂରକ୍ଷଣ ନଦେବା ଦୁର୍ଭାଗ୍ୟଜନକ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ।ଏଣୁ ଚଲିତ ବିଧାନ ସଭା ଅଧିବେଶନ ସମ୍ଭିଧାନ ସଂଶୋଧନ କରି ଓବିସି ମାନଙ୍କୁ ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ରେ 27ଶତକଡା ସ୍ଥାନ ସଂରକ୍ଷଣ ଦିଆଯାଉ ନହେଲେ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ସେତୁରାମ ଭକ୍ତ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *