ଉଠିଲା ଅଫିସିଆଲ ସିକ୍ରେଟ ଆକ୍ଟ

ଫୋକସ ପ୍ଲସ (ବାଲେଶ୍ବର) ୦୮/୦୭/୨୦୨୨: ତଥ୍ୟ ଲିକ ଘଟଣାରେ 5 ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଅଫିସିଆଲ ସିକ୍ରେଟ ଆକ୍ଟ କୁ ଆଜି କୋର୍ଟ ଅନାଗ୍ରହ୍ୟ କରିଦେଇଛନ୍ତି । ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଘଟଣା ରେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଲାଗିଥିଲା । ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ବାବଦରେ କୋର୍ଟ ରେ ଆବଶ୍ୟକୀୟ କାଗଜପତ୍ର କ୍ରାଇମବ୍ରାଞ୍ଚ ଙ୍କ ତରଫରୁ ଦଖଲ କରିପାରି ନଥିବାରୁ ଅଫିସିଆଲ୍ ସିକ୍ରେଟ ଆକ୍ଟ ୩,୪,୫ ରୁ ଡିଶ୍ଚାର୍ଜ୍ କରିଛନ୍ତି ମାନ୍ୟବର କୋର୍ଟ । ଗତ 14 ସେପ୍ଟେମ୍ବର ରେ 4 ଜଣ ଅସ୍ଥାୟୀ ଠିକା କର୍ମଚାରୀ ଓ ପରେ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ଗିରଫ କରିଥିଲା ପୋଲସ ସେମାନଙ୍କ ଉପରେ ବିଦେଶୀ ନାଗରିକଙ୍କୁ DRDO ର ଗୁପ୍ତ ତଥ୍ୟ ଦେବା ଅଭିଯୋଗ ଲାଗିଥିଲା ।

ବାଲେଶ୍ବର ରୁ ପ୍ରମୋଦ ରାଉତଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *