ଉତ୍କଳ ଯାଦବ ମହାସଭା ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରେମୁଣା: ଗୋଲେଇ ସ୍ଥିତ ଯାଦବ ଭବନ ଠାରେ ଉତ୍କଳ ଯାଦବ ମହାସଭା ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଜିଲ୍ଲା ର ସମସ୍ତ ବ୍ଲକ ରୁ ଯାଦବ ମାନେ ଉପସ୍ଥିତ ହୋଇଥିଲେ।ଏହି ବୈଠକ ରେ ସମସ୍ତ ବ୍ଲକ୍ ର ପ୍ରତିନିଧି ମାନେ ଜିଲ୍ଲା ର ନୂତନ ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକ ରେ ଆଗାମୀ ଫେବୃଆରୀ ମାସରେ ଜିଲ୍ଲା ର ସମ୍ମିଳନୀ ହେବା ପାଇଁ ସର୍ବ ସମ୍ମତି କ୍ରମେ ସିଦ୍ଧାନ୍ତ ନିଆଯାଇଥିଲା ବେଳେ ଖୁବ୍ ଶୀଘ୍ର ଜିଲ୍ଲା ରେ ଥିବା ସମସ୍ତ ବ୍ଲକ ଏବଂ ମୁଂସିପଲ୍ଟୀ ରେ କର୍ମକର୍ତ୍ତା ଚୟନ କରିବା ପାଇଁ ସିଦ୍ଧାନ୍ତ ନିଆ ଯାଇଥିଲା। ଉକ୍ତ ବୈଠକ ରେ ଶରତ ଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁସୋଭନ ବାରିକ୍, ଶଙ୍କର୍ଷଣ ବାରିକ୍, ଶୀତଳ ଯାଦବ, କୈଳାସ ଯାଦବ, ହରପ୍ରିୟା ମହାକୁଡ, ଉର୍ମିଳା ପାଣ୍ଡିଆ, ଶଶିକାନ୍ତ ବାରିକ୍, ହରେନ୍ଦ୍ର ନାଥ ଭୋଳ, ରବୀନ୍ଦ୍ର ବାରିକ, ପୂର୍ଣ୍ଣ ଚନ୍ଦ୍ର ଦାସ, ଅଞ୍ଜନ ବାରିକ୍, ତ୍ରିଲୋଚନ ଦାସ, ସନ୍ତୋଷ ଦାସ, ପଦ୍ମନାଭ ବେହେରା, ପୂର୍ଣ୍ଣ ଚନ୍ଦ୍ର ବାରିକ୍, ଶୁଭ୍ରାଂଶୁ ଦାସ, ସୁଦର୍ଶନ ଦାସ, ମନୋଜ ପାଣ୍ଡିଆ, ଗୋପୀନାଥ ମହାକୁଡ, କମଳାକାନ୍ତ ମହାକୁଡ, ମହେନ୍ଦ୍ର ମହାକୁଡ, ବିଜୟ ବାରିକ୍, ଉଲ୍ଲାସ ବାରିକ୍, କାହୁଁ ଚରଣ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ କମଳାକାନ୍ତ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *