ଉଦଘାଟନ ହେଲା ବ୍ୟାସ ସରୋବର ମହୋତ୍ସବ |

ଯାଜପୁର,ବ୍ୟାସନଗର ୨୧/୦୨/୨୦୨୪: ଓଡ଼ିଶା ପର୍ଯ୍ୟଟନ ସ୍ଥଳରେ ମାନ୍ୟତା ପାଇଥିବା ଯାଜପୁର ଜିଲ୍ଲାର ବ୍ୟାସସରୋବର ପୀଠ ପୁରାଣ କିମ୍ବଦନ୍ତୀ ଐତିହ୍ୟକୁ ବ୍ୟାକ୍ଷା କରିଥାଏ l ପ୍ରତ୍ୟେକ ବର୍ଷ ଭୌମ୍ୟ ଏକାଦଶୀ ବା ବଡ଼ ଏକାଦଶୀରେ ଏହି ମେଳା ଅନୁଷ୍ଠିତ ହୋଇଥାଏ l ଲୋକବାଣୀ ରହିଛି ମହାଭାରତର ଗାଥାକୁ ମହର୍ଷି ବ୍ୟାସଦେବ ଏହି ଠାରେ ରଚନା କରିଥିଲେ ଏବଂ ତାଙ୍କ ଶିଷ୍ୟ ରାଘୁଜି ଗୋସାଇଁ ଏହିଠାରେ ଜୀବନ୍ତ ସମାଧି ନେଇଥିଲେ l ବିଶ୍ଵରେ ଏକ ମାତ୍ର ସ୍ଥାନ ବ୍ୟାସ ସରୋବର ଯେଉଁଠାରେ ଗୁରୁ ଓ ଶିଷ୍ୟ ଏକାଠି ପୂଜା ପାଆନ୍ତି l ମହାଭାରତର ଶେଷ ଯୁଧ୍ୟ ଏହି ସ୍ଥାନ ରେ ସମ୍ପନ୍ନ ହୋଇଥିବା ପୁରାଣ ବର୍ଣ୍ଣନା ରହିଛି I ଚଳିତ ବର୍ଷ ଏହି ମେଳାକୁ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଫିତା କାଟି ଉଦଘାଟନ କରିଥିଲେ l ଏହି ପୀଠର ମାହାତ୍ମ୍ୟକୁ ନିଜର ଅଭିଭାଷଣରେ ବ୍ୟକ୍ଷା କରିଥିଲେ l ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ବଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବ୍ୟାସ ମାରାଥନ ଓ ସାଧାରଣତନ୍ତ୍ର ଦିବସର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

Leave a Reply

Your email address will not be published. Required fields are marked *