ଉଦ୍ଘାଟିତ ହେଲା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଦିବ୍ୟା ପବ୍ଲିକ ସ୍କୁଲ

ଫୋକସ ପ୍ଲସ (ବୋରିଗୁମ୍ମା)୨୬/୦୬/୨୦୨୨: ୨୦୧୩ ମସିହାରେ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଦିବ୍ୟା ପବ୍ଲିକ ସ୍କୁଲ ଆଜି ନିଜସ୍ଵ କୋଠା ଗୃହକୁ ଫେରିବା ସହ ବିଧିବଦ୍ଧ ଭାବେ ଉଦଘାଟନ ହୋଇଯାଇଛି। ମାନ୍ୟବର ବ୍ରହ୍ମପୁର ଲୋକସଭା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି।ତତ୍ ସହିତ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ପଣ୍ଡା,ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ସେଠୀ, ଦିବ୍ୟା ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ପାତ୍ର,ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘର ସମ୍ପାଦକ ଶ୍ରୀ CH. ଲକ୍ଷ୍ମଣ ରାଓ ଆଚାରୀ,ବରିଷ୍ଠ ସମାଜସେବୀ ଶ୍ରୀ ରବି ନାରାୟଣ ରାଜୁ,ସମାଜସେବୀ ଶ୍ରୀ M ନିରଞ୍ଜନ ରେଡ୍ଡୀ,ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି ଶ୍ରୀ କୃଷ୍ଣ ସେଠୀ,ପଦ୍ମନାଭ ପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀ କ୍ରିଷ୍ଣା ରାଓ ସୁବୁଦ୍ଧି ଆଦି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବିଦ୍ୟାଳୟର ପାଠ୍ୟକ୍ରମ CBSE ଦ୍ଵାରା ପରିଚାଳିତ ହେଉଅଛି।ନର୍ସରୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 380 ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରିବା ସହିତ 19 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି।ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବନ ବିହାରୀ ସାବତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସୁଚାରୁରୂପେ ପରିଚାଳନା କରିଥିଲେ।

ଦିଗପହଣ୍ଡି ରୁ ହରି ରେଡ୍ଡୀ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *