ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୧୬/୦୯/୨୦୨୨: ସରକାରଙ୍କ ପ୍ରୟାସରେ ରାଜନଗର ବିଧାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇ ଯାଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର | କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକସଦର ମହକୁମା କାର୍ଯ୍ୟାଳୟ ପରିସରରେ ଗତକାଲି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଧ୍ରୁବ ସାହୁଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ସମ୍ମାନ୍ନୀତ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପ୍ରତିହାରି,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରତୀଭା ପାତ୍ର,ପଞ୍ଚାୟତସମିତି ଉପାଧ୍ୟକ୍ଷ ଶ୍ରୀଗଣେଶ ଗୁଡିଆ,ବିଡିଓ ରବିନ୍ଦ୍ର ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ପ୍ରମୁଖ ମଞ୍ଚାସୀନ ରହି ସୁ ବକ୍ତବ୍ୟ ଦେଇ ଥିଲେ । ଏଥିରେ ମୋଟ 608ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ 490ଜଣଙ୍କୁ ସୁଯୋଗ ମିଳିଥିଲା। ଦିବ୍ୟାଙ୍ଗ ଓ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ମାନୁଆଲ ପ୍ରମାଣପତ୍ର ପରିବର୍ତନ କରି ଅନ୍ ଲାଇନ ପ୍ରମାଣ ପତ୍ର ପ୍ରଦାନକରା ଯିବାର ବ୍ୟବସ୍ଥା ଥିଲା। ସେଥିପାଇଁ ଜିଲ୍ଲାର ସଦର ମହକୁମାରୁ ବିଭିନ୍ନ ବିଭାଗରୁ ୭ ଜଣଆ ଡାକ୍ତରୀ ଟିମ ଆସି ଭିନ୍ନକ୍ଷମ ରୋଗୀଙ୍କୁ ଚିକିତ୍ସା କରିବାକୁ ପରାମର୍ଶ ଦେବା ସହ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚି଼ହ୍ନଟ କରିଥିଲେ । କେତେଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଧାୟକ ଶ୍ରୀଯୁକ୍ତ ସାହୁ ଟ୍ରାଇସାଇକେଲ ପ୍ରଦାନକରି ସୁସ୍ଥ ଓ ନିରାମୟ ଜୀବନ ଯାପନ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ଓ ବ୍ଲକ କର୍ମଚାରୀ ସହଯୋଗ ସହ ପରିଚାଳନା ମଧ୍ୟ କରିଥିଲେ । ହେଲେ ପରିଚାଳନାରେ ବ୍ୟତିକ୍ରମ ହେତୁ ପୂର୍ବରୁ ବହୁ ଭିନ୍ନକ୍ଷମ ଳୋକ ସୂଚନା ପାଇନଥିବା ବେଳେ ଆସିଥିବା କିଛି ଲୋକଙ୍କ ଟାଳଟୁଳ ନିତିଯୋଗୁ ପ୍ରମାଣପତ୍ର ନ ପାଇ ଫେରି ଯାଇଥିବାର ଦେଖିବାକୁ ମିଳିଛି ।