ଉଦ୍ଧାର ହେଲେ ମାନସିକ ବିକାର ଗ୍ରସ୍ତ ମହିଳା

ଫୋକସ ପ୍ଲସ(ଭବାନୀପାଟଣା)୦୯ /୦୮/୨୦୨୨: ଭବାନୀପାଟଣା ସହର ରେ ଜଣେ ଚାଳିଶ ବର୍ଷୀୟ ମାନସିକ ବିକାର ଗ୍ରସ୍ତ ମହିଳା ଏଣେତେଣେ ବୁଲୁଥିବା ନେଇ ଜାଣି ସଦର ଥାନା ଆଇ ଆଇ ସି ରଶ୍ମିତା ପ୍ରଧାନ ଜାଣିବା ପରେ ତାଙ୍କୁ ଉଦ୍ଧାର କରି ତାର ଖାଇବା ପିଇବା ଦେଇଥିଲେ l ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ମଦନଜିତ ହୋତା ଙ୍କ ସହ ଯୋଗାଯୋଗ କରି ତାଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରିବାପାଇଁ ଆଲୋଚନା କରିଥିଲେ l ଗତକାଲି ସନ୍ଧ୍ୟା ହୋଇଥିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ୱାନ ଷ୍ଟପ ସେଣ୍ଟର ରେ ବିନିତା ଦାସ ଙ୍କ ସହଯୋଗ ରେ ଗୋଟିଏ ରାତ୍ରି ପାଇଁ ରଖା ଯାଇଥିଲା l ଆଜି ଖବର ପାଇଁ ସମାଜସେବୀ ଯଶୋବନ୍ତ ରଣା ଙ୍କ ସହଯୋଗ ରେ ତାଙ୍କୁ ଧର୍ମଗଡ଼ ସ୍ଥିତ ମିଶନ ଚାରିଟି ରେ ନେଇ ଥଇଥାନ କରାଗଲା l ଉକ୍ତ ମହିଳା ଜଣକ ସମ୍ପୂର୍ଣ ସୁସ୍ଥ ହେବା ପ୍ରଯ୍ୟନ୍ତ ମିଶନ ଚାରିଟି ରେ ରହିବେ l ଆଜିର ଏହି ଉଦ୍ଧାର କାର୍ଯ୍ୟରେ ଅରୁଣ ମହାପତ୍ର, ଯଶୋବନ୍ତ ରଣା, ବିନୀତ ଦାସ,ପ୍ରତାପ ସାହୁ, ଧରୁଣୀ ଗୌଡ଼ ପ୍ରମୁଖ ସହଯୋଗ କରି ତାଙ୍କୁ ଧର୍ମଗଡ଼ ସ୍ଥିତ ମିଶନ ଚାରିଟି କୁ ନେଇ ଥଇଥାନ କରିଥିଲେ |

Leave a Reply

Your email address will not be published. Required fields are marked *