ଫୋକସ ପ୍ଲସ(ଜଳେଶ୍ୱର)୪/୦୯/୨୦୨୨: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବଡ଼ବଜାର ନିକଟରୁ ପଡୋଶୀ ନେପାଳର ଜଣେ ମାନସିକ ବିକୃତ ଯୁବକକୁ ଉଦ୍ଧାର କଲା ଭୋଲାଭଣ୍ଡାରୀ ଅନ୍ନଦାତା ସଂଗଠନ। ସୂଚନା ଅନୁସାରେ ଗତକାଲି ରାତିରେ ବଡ଼ବଜାର ଛକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକ ଘୂରି ବୁଲୁଥିବା ବେଳେ, ଭୋଲାଭଣ୍ଡାରୀ ଅନ୍ନଦାତା ସଂଘର ସଭାପତି ହରିଶଙ୍କର ପଣ୍ଡା ଉକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରି ତାର ଘର ନେପାଳ ଦେଶରେ ବୋଲି ଜାଣିବାକୁ ପାଇଥିଲେ। ଯୁବକ ଜଣକ ମାନସିକ ବିକୃତ ଥିବାରୁ ବହୁ ପଚରାଉଚୁରା ପରେ ଯୁବକ ଜଣକ ତାଙ୍କ ଘର ଫୋନ ନମ୍ବର ଦେଇଥିଲେ। ଉକ୍ତ ନମ୍ବର ରେ ଯୋଗାଯୋଗ କରିବାରୁ ଯୁବକର ପ୍ରକୃତ ପରିଚୟ ମିଳିଥିଲା। ନେପାଳର ଏରିଆ ଥାନା ଫରବିଶଗଞ୍ଜ ଅଞ୍ଚଳର ମୋହନ ସାହାଙ୍କ ପୁତ୍ର ରବିକୁମାର ସାହା (୨୩) ପେଶାରେ ଜଣେ ରୋଷେୟା ଅଟନ୍ତି। ତେବେ ଦୀର୍ଘ ଦିନ ହେବ ଟ୍ରେନରେ ଯାତ୍ରା କରୁଥିବା ସମୟରେ କେହି ତାଙ୍କୁ ନିଶା ସାମଗ୍ରୀ ଖୁଆଇ ପାଗଳ କରିଦେଇଥିବା ଫୋନ ଯୋଗେ ପରିବାର ଲୋକେ କହିଛନ୍ତି। ତେବେ ଯୁବକଙ୍କ ପାଗଳାମି ଦେଖି ପରିବାରବର୍ଗଙ୍କ ଅନୁମତି କ୍ରମେ ଉକ୍ତ ଯୁବକକୁ ବାନ୍ଧି ରଖାଯାଇଛି। ଆସନ୍ତା କାଲି ଦିନ ୧୨ଟା ସମୟରେ ପରିବାର ବର୍ଗ ଜଳେଶ୍ଵର ରେ ପହଞ୍ଚି ତାଙ୍କର ପୁତ୍ର କୁ ନେଇଯିବାର ପ୍ରତିଶୃତି ଦେଇଛନ୍ତି।
ଜଳେଶ୍ୱର ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |