ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବୈଠକ

ଫୋକସ ପ୍ଲସ(ଚୌଦ୍ୱାର)୨୪/୦୮/୨୦୨୨: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପାଲି ଗ୍ରାମର ଗୋବିନ୍ଦଶ୍ରୀକ୍ଷେତ୍ର ରୂପେ ପରିଚିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ଖଇରପୁଟ ବିଡିଓ ହୃଦାରଞ୍ଜନ ସାହୁ, ତହସିଲଦାର ବିଜୟ କୁମାର ମାଣ୍ଡାଙ୍ଗୀ, ପୋଲିସ ଆଉଟ ପୋଷ୍ଟ ଇନଚାର୍ଜ ନୀଳମାଧଵ ମହାନ୍ତି, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିନ୍ସିପାଲ ଅଶୋକ ସ୍ବର୍ଣ୍ଣକାର, ଗୋବିନ୍ଦପାଲି ସରପଞ୍ଚ ସୁମନ ମୁଦୁଲି, ଖଇରପୁଟ ବ୍ଲକ ଅଧକ୍ଷ ବିଘ୍ନ କିର୍ଷାନୀ ଓ ଗ୍ରାମର ବୟୋଜ୍ୟୋଷ୍ଟ ବ୍ୟକ୍ତିଙ୍କ ସହିତ ଅନେକ ଗ୍ରାମବାସୀ ଯୋଗଦାନ କରିଥିଲେ l ଏଥିରେ ଜଗନ୍ନାଥ ମନ୍ଦିରର ସମସ୍ୟାର ସମାଧାନ ଓ ଅନେକ ଗୁଡିଏ ନୂତନ କାର୍ଯ୍ୟକ୍ରମର ପ୍ରସ୍ତାବ ଦିଆଗଲା l ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ସମସ୍ତ ସମସ୍ୟାର ସମାଧାନ ଓ ମନ୍ଦିରର ଉନ୍ନତିକରଣ ଆଗକୁ କିପରି କରାଯିବ ସେନେଇ ନିଜସ୍ୱ ମତ ରଖିଥିଲେ l ଶେଷରେ ସମସ୍ତେ ଅନ୍ନପ୍ରସାଦ ଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *