ଫୋକସ ପ୍ଲସ 23/2/23(ନର୍ଲା): ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ, ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ, ଏହାର କାର୍ଯ୍ୟକ୍ଷମତା ପାଇଁ ଏକ ନୂତନ ମାଇଲଖୁଂଟ ହାସଲ କରିଛି । ଭାରତରେ ପ୍ରଥମ ଇନ୍-ହାଉସ୍ ଲାବ୍ରୋଟୋରୀ ଯାହାକି ଆନୁଷ୍ଠାନିକ ଭାବରେ ସମସ୍ତ ପ୍ରଯୁଜ୍ୟ ଭୌତିକ ଏବଂ ରାସାୟନିକ ପାରାମିଟରରେ ଆଲୁମିନା ପରୀକ୍ଷା କରିବାରେ ସକ୍ଷମ ଅଟେ ।
ନ୍ୟାସନାଲ ଆକ୍ରିଡେସନ୍ ବୋର୍ଡ ଫର ଟେଷ୍ଟିଂ ଏବଂ କାଲିବ୍ରେସନ୍ ଲାବ୍ରୋଟୋରୀ (ଏନଏବିଏଲ) ବେଦାନ୍ତ ଲାଞ୍ଜିଗଡ଼ର ଗୁଣବତା ନିୟନ୍ତ୍ରଣ ଏବଂ ଲାବ୍ରୋଟୋରୀକୁ ଆଇଏସଓ ୧୭୦୨୫: ୨୦୧୭ ପ୍ରମାଣପତ୍ର ପ୍ରଦାନ କରିଛି, ଯାହାକି ଦକ୍ଷ ପରୀକ୍ଷଣ ପାଇଁ ଆବଶ୍ୟକତାକୁ ପୂରଣ କରେ ।
ବେଦାନ୍ତ ଲାଞ୍ଜିଗଡ଼ର ଗୁଣବତା ନିୟନ୍ତ୍ରଣ କାର୍ଯ୍ୟ ଏବଂ ଲାବ୍ରୋଟୋରୀରେ ଉତ୍ପାଦନର ତିନୋଟି ପର୍ଯ୍ୟାୟରେ ବ୍ୟାପକ ଯାଞ୍ଚ ହେବା ସହିତ ଗୁଣାତ୍ମକ ନିୟନ୍ତ୍ରଣକୁ ଏକ ବିସ୍ତୃତ ଆଭିମୁଖ୍ୟ ପ୍ରୟୋଗ କରିଥାଏ ଯଥା କଞ୍ଚାମାଲ ପରୀକ୍ଷଣ ଠାରୁ ଆରମ୍ଭ କରି ପ୍ରକ୍ରିୟା ପରୀକ୍ଷଣ ଏବଂ ଶେଷରେ ସମାପ୍ତ ପରୀକ୍ଷଣ ଇତ୍ୟାଦି । ଏହି ଗୁଣବତା-ପ୍ରଥମେ କମ୍ପାନୀର କର୍ମଚାରୀଙ୍କୁ ଅନେକ ଗୁଣାତ୍ମକ ମାନଦଣ୍ଡ ପ୍ରତିଯୋଗିତାରେ ଯେପରିକି କ୍ୱାଲିଟି କନସେପ୍ଟ ରାଉରକେଲା, ନ୍ୟାସନାଲ କନଭେନସନ୍ ଅଫ୍ କ୍ୱାଲିଟି କନସେପ୍ଟ ଔରଙ୍ଗାବାଦ, ଚାମ୍ପିଅନ୍ ଅଫ୍ କ୍ୱାଲିଟି ଏବଂ ଅନ୍ୟାନ୍ୟ ଦେଶରେ ସାହାଯ୍ୟ କରିଛି ।
ଏହି ସଂସ୍ଥା ଏହାର କାର୍ଯ୍ୟରେ ଆଭ୍ୟନ୍ତରୀଣ ଆୟୋଜିତ ୩ ଦିନିଆ ଗୁଣାତ୍ମକ ସର୍କଲ୍ ଫେଷ୍ଟ ‘ଅଭିୟୁଦ’ ସହିତ ଦକ୍ଷ ଗୁଣାତ୍ମକ ସର୍କଲ ବିକାଶ ଉପରେ ମଧ୍ୟ ଧ୍ୟାନ ଦେଇଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।