ଉପଜିଲ୍ଲାପାଳଙ୍କ ବଦଳି ଦାବିରେ ସାମ୍ବାଦିକ ପରିବାରଙ୍କ ଧାରଣା |

ଫୋକସ ପ୍ଲସ୧୮/୧/୨୩(ଉଦଳା):ଦୀର୍ଘ ୫ ମାସ ୧୭ ଦିନ କାରାଗାରରେ ରହିବା ପରେ କପ୍ତିପଦା ଉପଖଣ୍ଡରକାରାଗାରରୁ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଆଦିକନ୍ଦ ଦେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କାରାଗାରରୁ ଜାମିନରେ ମୁକୁଳିବା ପରେ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ସମେତ କିଛି ସ୍ୱାର୍ଥବାଦୀ ଗୋଷ୍ଠୀଙ୍କ ପ୍ରତି କଲେ ଆକ୍ଷେପ lମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଆଦିକନ୍ଦ ଦେ ଙ୍କ ବିରୁଦ୍ଧରେ ଲକ୍ଷାଧିକ ଟଙ୍କାର କଲେଜ ଅର୍ଥ ହେରପେର ଅଭିଯୋଗ ହୋଇଥିବା ବେଳେ,୧.୮.୨୦୨୨ରିଖ ଦିନ ଶ୍ରୀଯୁକ୍ତ ଦେ ଉଦଳା କୋର୍ଟରେ ହଜର ହୋଇଥିବା ବେଳେ ଶ୍ରୀଯୁକ୍ତ ଦେ ଙ୍କୁ ମହାବିଦ୍ୟାଳୟର କିଛି ଫାଇଲ ହେରଫେର ଅଭିଯୋଗରେ ଜାମିନ ନା ମଜୁର କରି କୋର୍ଟ ଚାଲାଣ କରାଯାଇଥିଲା l ଶ୍ରୀଯୁକ୍ତ ଦେ ଉକ୍ତ ଦିନ ଗଣମାଧ୍ୟମ ଆଗରେ ନିଜର ମୁହଁ ବନ୍ଦ ରଖିଥିବା ବେଳେ ସେ କଲେଜର ଉନ୍ନତି ପାଇଁ ୱାର୍ଲଡ ବ୍ୟାଙ୍କରୁ ଟଙ୍କା ଆଣିଥିବା କଥା ସୂଚନା ମିଳିଥିବା ବେଳେ ତାଙ୍କୁ ଫସାଇ ଦିଆଯାଇଛି ବୋଲି ଶ୍ରୀଯୁକ୍ତ ଦେ କାରାଗାର ପରିସରରୁ ଜାମିନରେ ମୁକ୍ତି ହେବା ପରେ ମୁହଁ ଖୋଲି ନିଜର ପତିକ୍ରିୟାରେ ପ୍ରକାଶ କରିଛନ୍ତି l ଏ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ଦେ ଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତି ହୀନ ବୋଲି ଶ୍ରୀଯୁକ୍ତ ଦେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ l ଶ୍ରୀଯୁକ୍ତ ଦେ କାରାଗାରରୁ ଜାମିନରେ ମୁକୁଳି ଥିବା ବେଳେ ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦେ ଙ୍କୁ ମିଥ୍ୟାରେ ଫସାଇଥିବାରେ ସମ୍ପୃକ୍ତ ଅଛନ୍ତି ଓ ଶ୍ରୀଯୁକ୍ତ ଦେ ସମ୍ପୂର୍ଣ ନିର୍ଦୋଷ ଥିବା କଥା ପ୍ରକାଶ କରିଥିବା ବେଳେ ତାଙ୍କୁ କିଛି ସ୍ୱାର୍ଥବାଦୀ ଗୋଷ୍ଠୀ ନିଜର ସ୍ୱାର୍ଥ ସାଧନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ଫସାଇଛନ୍ତି ବୋଲି ରାଢୋ ଗ୍ରାମର ଜୈନିକ ବରିଷ୍ଠ ନାଗରିକ ସୁମନ୍ତ ନନ୍ଦ ପ୍ରକାଶ କରିଥିବା ବେଳେ କଲେଜ କମିଟିର ବହୁ ପୁରାତନ ସଦସ୍ୟ ନିଜର ପତିକ୍ରିୟା ରଖିଥିବା ବେଳେ ଅବସର ପ୍ରାପ୍ତ ଡାକ୍ତର ଖଗେଶ୍ୱର ସିଂ ନିଜର ପତିକ୍ରିୟା ରଖିଥିଲେ l ଶ୍ରୀଯୁକ୍ତ ଦେ କଲେଜର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କୁ ଫସାଇ ଜେଲ ହାଜତକୁ ପଠାଇଥିବା କଥା ଶ୍ରୀଯୁକ୍ତ ଦେ ନିଜର ପତିକ୍ରିୟାରେ ପ୍ରକାଶ କରିଥିଲେ l ଶ୍ରୀଯୁକ୍ତ ଦେ କୌଣସି ପ୍ରକାର ଭୂଲ କରିନଥିବା ବେଳେ ତାଙ୍କୁ ଫସା ଯାଇଛି ବୋଲି ନିଜ ପତିକ୍ରିୟାରେ ପ୍ରକାଶ କରିଥିଲେ l ତାଙ୍କ ବିରୁଦ୍ଧରେ ହୋଉଥିବା ଅଭିଯୋଗ ଭିତ୍ତିହୀନ ଅଟେ ଅଭିଯୋଗର ପ୍ରମାଣ ଆଜି ପର୍ଯ୍ୟନ୍ତ ନଥିବା ବେଳେ ଧର୍ମର ପ୍ରକୃତ ଜୟ ହୋଇଛି l ଆଗାମୀ ଦିନରେ ପ୍ରଶାସନିକ ଅଧିକାରୀଙ୍କ ଗୁମରର ଫର୍ଦାଫାଶ ହେବ ବୋଲି ନିଜର ପତିକ୍ରିୟାରେ ପ୍ରକାଶ କରିଥିଲେ l କିଛିଦିନ ହେବ କପ୍ତିପଦା ଉପଖଣ୍ଡର ସାମ୍ବାଦିକ ମାନେ ଉପଖଣ୍ଡର ଉପଜିଲ୍ଲାପାଳଙ୍କ ବଦଳି ଦାବି କରି ଉପଜିଲ୍ଲାପାଳଙ୍କ ବଦଳି ହେବା ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତେକ ସୋମବାର ଦିନ ଧାରଣା ଦେବେ ବୋଲି ନିଷ୍ପତି ହୋଇଥିବା ବେଳେ ପୁଣି ବିବାଦ ଘେରରେ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ l ଶ୍ରୀଯୁକ୍ତ ଦେ ଙ୍କୁ ନିଜର ସମର୍ଥକ ମାନେ ପୁଷ୍ପ ଗଛ ପ୍ରଦାନ ପୂର୍ବକ ସ୍ୱାଗତ ପ୍ରଦାନ କରିଥିବା ବେଳେ ଏବେ ନ୍ୟାୟ ଅପେକ୍ଷାରେ କପ୍ତିପଦା ଉପଖଣ୍ଡର ଲୁଇପା ମହାବିଦ୍ୟାଳୟର ଡିଗ୍ରୀ ବିଭାଗର ପୂର୍ବତନ ଅଧକ୍ଷ l

Leave a Reply

Your email address will not be published. Required fields are marked *