ଉପଜିଲ୍ଲାପାଳ ଜେ ସୋନାଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଫୋକସ ପ୍ଲସ (ଗୁଣୁପୁର)୨୦/୦୬/୨୨: ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା |ପ୍ରେସ ୟୁନିଅନ ଗୁଣୁପୁର ଏବଂ ଭାରତ ସରକାର ଙ୍କ ମହିଳା ଏବଂ ଶିଶୁ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାହାରା ପରିବାର ପରାମର୍ଶ କେନ୍ଦ୍ର ତରଫରୁ ଦିଆଯାଇଥିଲା ସମ୍ବର୍ଦ୍ଧନା |ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ , ଆବାହକ ଅନିଲ ସାହୁକାର ଜିତେନ୍ଦ୍ର ଶତପଥୀ ଉପଜିଲ୍ଲାପାଳ ଜେ ସୋନାଲ ଙ୍କ ଗୁଣୁପୁର ରେ ଉପଜିଲ୍ଲାପାଳ ଥିବା ସମୟରେ ଲୋକଙ୍କ ସହ ମିଶିବା, ବିଭିନ୍ନ ଜନ ହିତକର ଯୋଜନା କୁ ଲୋକଙ୍କୁ ପ୍ରଦାନ କରିବାରେ ଏବଂ ଗୁଣୁପୁର ଉପଖଣ୍ଡ ର ଦୃଗମ ଇଲାକା କୁ ଯାଇ ଯେଉଁଠି ପୂର୍ବରୁ କୌଣସି ପ୍ରଶାସନିକ ଅଧିକାରୀ ପହଁଚି ନଥିଲେ ସେଠି ଲୋକଙ୍କୁ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିବା ଉପରେ ଆଲୋକପାତ କରିଥିଲେ | ଜେ ସୋନାଲ ଙ୍କ ଦ୍ୱିତୀୟ କୋଭିଡ ସମୟରେ ତାଙ୍କ ର ଭୂମିକା ପ୍ରମୁଖ ଥିଲା |ଅନ୍ୟପଟେ ସାହାରା ପରିବାର ପରାମର୍ଶ କେନ୍ଦ୍ର ତରଫରୁ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ଜେ ସୋନାଲ ଙ୍କ ପାରିବାରିକ ହିଂସା ଉପରେ ପ୍ରତିଟି ପଦକ୍ଷେପ କୁ ଗୁରୁତର ସହ ନେଉଥିବା ଜଣାଇଥିଲେ | ଶେଷରେ ପ୍ରେସ ୟୁନିଅନ ଗୁଣୁପୁର ଏବଂ ସାହାରା ପରିବାର ପରାମର୍ଶ କେନ୍ଦ୍ର ତରଫରୁ ବିଦାୟ କାଳୀନ ଉତ୍ତରୟ ଏବଂ ମାନପତ୍ର ପ୍ରଦାନ କରିଥିଲେ |ବିଦାୟୀ ଉପଜିଲ୍ଲାପାଳ ଜେ ସୋନାଲ ସାହାରା ପରିବାର ପରାମର୍ଶ କେନ୍ଦ୍ର କୁ ତାଙ୍କ ତରଫରୁ ମାନପତ୍ର ପ୍ରଦାନ କରିଥିଲେ |ଏହି ସମ୍ବର୍ଦ୍ଧନା ରେ ପ୍ରେସ ୟୁନିଅନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *