ଉମରକୋଟ ପୋଲିସକୁ ମିଳିଛି ଏକ ବଡ଼ ସଫଳତା

ଫୋକସ ପ୍ଲସ 22/2/23( ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଗ୍ରାମରେ ବିଷ୍ଣୁପଦ ମଲିକ ନାମକ ବ୍ୟକ୍ତି ସେଠାରେ ଏକ ଭଡା ଘର ନେଇ ବ୍ୟବସାୟ କରୁଥିଲେ । ତାଙ୍କ ନିଜ ଗ୍ରାମ ମୁର୍ତ୍ତୁମା (uv6)!ଆଜି ସକାଳୁ ଉମରକୋଟ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦାଙ୍କ ନିର୍ଦେଶକ୍ରମେ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ଏସ ଆଇ ସନ୍ତୋଷ କୁମାର ମାଝୀ, ଦୁଇ ହୋମଗାର୍ଡ ଏବଂ ଆଇ ଆର ବି ଫୋର୍ସର କିଛି ଯବାନ ଏକତ୍ରିତ ହୋଇ ବିଷ୍ଣୁପଦ ମଲିକଙ୍କ ବେହେଡାସ୍ଥିତ ଭଡା ଘରେ ଚଢ଼ାଉ କରିଥିଲେ । ସେହି ଚଢ଼ାଉରେ ପ୍ରାୟ ଦୁଇ କୁଇଣ୍ଟାଲ ଛଅ କିଲୋ ଗଂଜେଇ ସହ ଦୁଇଟି ମୋଟରସାଇକେଲ, ତିନୋଟି ମୋବାଇଲ, ଏକ ଲକ୍ଷ ଦୁଇ ହଜାର ଟଙ୍କା ନଗଦ, ଗୋଟିଏ ଇଲେକ୍ଟ୍ରୋନିକ ମେସିନ ଉମରକୋଟ ପୋଲିସ ବରାମଦ କରିଛି ।

ଏହି ଗଂଜେଇ ଅନ୍ୟ କୌଣସି ସ୍ଥାନକୁ ବିକ୍ରି କରିବାର ଯୋଜନା ଥିଲା। ଉକ୍ତ ଯୋଜନାରେ ଆଉ ତିନି ଜଣ ରହିମ ହରିଜନ (26), ଗ୍ରାମ କୋଇଗୁଡ଼ା (ନବରଙ୍ଗପୁର), କୃଷ୍ଣ ହରିଜନ (20), ଗ୍ରାମ ଦଳେଇଗୁଡ଼ା (ନବରଙ୍ଗପୁର), ତାପସ ଦାସ (48), ଗ୍ରାମ ପରଚିପାରା ଡି ଏନ କେ ସାମିଲ ଅଛନ୍ତି ଏବଂ ବିଷ୍ଣୁପଦ ମଲିକଙ୍କ ସହ ଏହି ତିନି ଜଣଙ୍କୁ ଧାରା 20(b)(¡¡)(c)/29ଏବଂ କେସ ନଂ 49/23ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଉମରକୋଟ ଏସ୍ଡ଼ିପିଓ ସୂବେନ୍ଦୁ କୁମାର ଶବର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *