ଋଷିଆର ଭେରୋନିକାଙ୍କୁ ବିବାହ କଲେ ୟୁପିର ଅଙ୍କିତ |

ଫୋକସ ପ୍ଲସ 19/2/23( ବ୍ୟୁରୋ):ପ୍ରେମ ଅନ୍ଧ ହୋଇଥାଏ | ପ୍ରେମ ଦେଖେନି ଜାତି ଧର୍ମ ବର୍ଣ୍ଣ ଏବଂ ରଙ୍ଗ | ପ୍ରେମର ନା କୌଣସି ସୀମା ଥାଏ ନା ପ୍ରେମ କେବେ ବୟସ ଦେଖେ | ପ୍ରେମ କେତେବେଳେ ଯେ କାହାକୁ ହୋଇଯାଏ ତାହା କହିବା ଭାରି କଷ୍ଟ | ପ୍ରେମ ଶାଶ୍ୱତ ଆଉ ଚିରନ୍ତନ | ବିନା କୌଣସି ସ୍ୱାର୍ଥ ଥାଇ ପ୍ରେମ କରିବା ତାହା ହିଁ ପ୍ରକୃତରେ ପ୍ରେମ | ପ୍ରେମରେ ତ୍ୟାଗ ହିଁ ସବୁଠୁ ବଡ କଥା ହୋଇଥାଏ | କିନ୍ତୁ ଆଜି କାଲିର ଯୁବ ପିଢ଼ି ଏସବୁ ବୁଝନ୍ତିନି ,ପ୍ରେମକୁ ନେଇ କେଉଁଠି ବଳାତ୍କାର ଖବର ଶୁଣିବାକୁ ମିଳୁଛି ତ ଆଉ କେଉଁଠି ହତ୍ୟା |

ପ୍ରେମ ନାଁରେ ଯୁବ ପିଢ଼ି ଆଜି ଭୁଲ କରି ବାଟବଣା ହେଉଛନ୍ତି ,କିଏ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା ପନ୍ଥାକୁ ଆପଣାଉଛି ତ କିଏ ସବୁ କିଛି ତ୍ୟାଗ କରି ନିଜର ଖୁସିକୁ ଜଳାଞ୍ଜଳି ଦେଉଛି | ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏବେ ଗଣମାଧ୍ୟମରେ ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ଘଟଣା ଖୁବ ଚର୍ଚା ହେଉଛି ,ସେ ଶ୍ରଦ୍ଧା ଘଟଣା ହେଉ କି ନିକି | ପ୍ରେମ କରି ଏମାନେ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି | ଏସବୁ ଘଟଣାକୁ ନେଇ ଆଜି କଲି କାହାକୁ ବିଶ୍ବସ କରିବା କଷ୍ଟ କର ହୋଇପଡୁଛି | କିନ୍ତୁ ଏହାରି ଭିତରେ ପ୍ରେମକୁ ନେଇ ଏକ ଭଲ ଖବର ଶୁଣିବାକୁ ମିଳୁଛି | ପ୍ରେମ ପାଇଁ ସାତ ସମୁଦ୍ର ପାର କରି ଆସିଛନ୍ତି ଜଣେ ବିଦେଶୀନି |ଏଭଳି ଏକ ପ୍ରେମ କାହାଣୀ ହେଉଛି ଉତ୍ତରପ୍ରଦେଶର ଅଙ୍କିତଙ୍କର ।

ଅଙ୍କିତଙ୍କ ପ୍ରେମ ପାଇଁ ସାତ ସମୁଦ୍ରପାର ହୋଇ ଚାଲିଆସିଛନ୍ତି ତାଙ୍କ ଜୀବନସାଥୀ ଭେରୋନିକା । ଆଜ୍ଞା ହଁ ଠିକ୍ ଶୁଣୁଛନ୍ତି ଆପଣ । ଋଷର ଜଣେ ଯୁବତୀ ଭେରୋନିକା ଉତ୍ତରପ୍ରଦେଶର ଅଙ୍କିତଙ୍କୁ ଭଲ ପାଇ ତାଙ୍କ ପାଇଁ ସୁଦୂରରୁ ଚାଲି ଆସିଛନ୍ତି | ଋଷର ଯୁବତୀ ଭେରୋନିକାଙ୍କ ସହ ଉତ୍ତରପ୍ରଦେଶ ପ୍ରତାପଗଡର ଅମିତଙ୍କ ବିବାହ ଶେଷ ହୋଇଛି । ପୂରା ପରିବାର ସହ ଭେରୋନିକାଙ୍କ ପରିବାର ଭାରତରେ ଆସି ପହଞ୍ଚିଛନ୍ତି । ଆଉ ରୀତିନୀତିରେ ଉଭୟ ବିବାହ କରି ସାତଜନ୍ମ ପାଇଁ ସାଥୀ ହୋଇଛନ୍ତି ।ତେବେ ଦିଲ୍ଲୀର ଏକ କମ୍ପାନୀରେ କାମ କରୁଥିଲେ ଅଙ୍କିତ ସିଂହ । ଭେରୋନିକା ମଧ୍ୟ ସେହି କମ୍ପାନୀ ପାଇଁ ଋଷରେ କାମକରୁଥିଲେ । ଏହାରି ଭିତରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଯାଇଥିଲା ।

ତାପରେ କଥାବାର୍ତ୍ତା ଆଉ ଶେଷରେ ଏହା ଭଲ ପାଇବାରେ ପରିଣତ ହୋଇଗଲା । ଉଭୟ ବିବାହ ପାଇଁ ସହମତ ହେବା ପରେ ଏନେଇ ପରିବାରର ସହ ଆଲୋଚନା କରିଥିଲେ । କିନ୍ତୁ ଅଙ୍କିତଙ୍କ ପରିବାର ଏଥିରେ ରାଜି ହୋଇନଥିଲେ । କିନ୍ତୁ ଭେରୋନିକାଙ୍କ ସହ ଥରେ ସାକ୍ଷାତ ପରେ ସମସ୍ତେ ବିବାହ ପାଇଁ ରାଜି ହୋଇଯାଇଥିଲେ |ବିବାହ ପୂର୍ବରୁ ଭେରୋନିକାଙ୍କ ପରିବାର ଅଙ୍କିତଙ୍କ ଘରେ ପହଞ୍ଚିଥିଲେ ।

ଏହା ପରେ ବିଧି ଅନୁସାରେ ହଳଦୀ ଏବଂ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ହଲଦୀ କାର୍ଯ୍ୟକ୍ରମରେ ଭୋରନିକାଙ୍କ ସାଙ୍ଗମାନେ ସ୍ଥାନୀୟ ଗୀତରେ ବେସ ନାଚିଥିଲେ । ତେବେ ଭାରତୀୟ ପରମ୍ପରା ଅନୁସାରେ ସହରର ଏକ ହୋଟେଲରେ ସେମାନେ ପରସ୍ପରକୁ ଜୀବନ ସାଥୀ କରିଛନ୍ତି ।ଆଉ ଏଥିପାଇଁ ସେମାନେ ଖୁବ ଖୁସି ମଧ୍ୟ ଅଛନ୍ତି | ଏହି ବିବାହକୁ ସାରା ସହରରେ ବେସ ଖୁସିର ମାହୋଲ ଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *