ଏକନାଥ ସିନ୍ଦେଙ୍କ ଦଳ ଏକ ଗୋଷ୍ଠୀ; ଦଳ ନୁହେଁ: ଉଦ୍ଧବ ଠାକରେ

ଫୋକସ ପ୍ଲସ(ମୁମ୍ବାଇ): ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଶିବସେନା ଛାଡ଼ିବା ପରଠାରୁ ମୁମ୍ବାଇ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏପରିକି ଶିବସେନା ନିଜର ଦଳକୁ ବଞ୍ଚେଇବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ନିର୍ବାଚନ ଚିହ୍ନକୁ ନେଇ ନିର୍ବାଚନ ଆୟୋଗ ନିକଟକୁ ଯାଇଥିଲେ । ସେପଟେ ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆୟୋଗଙ୍କୁ ଦେଇଥିବା ଉତରରେ ଉଦ୍ଧବ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଏକନାଥ ସିନ୍ଦେ ନିଜ ଇଚ୍ଛାଶକ୍ତିର ପାର୍ଟି ଛାଡ଼ିଛନ୍ତି । ତାହାଲେ ସେ କିପରି ଶିବସେନାକୁ ଦାବି କରିପାରିବେ । ତାଙ୍କର ଦାବି ସମ୍ପୂର୍ଣ୍ଣ ଭୁଲ ଅଟେ । ଏକନାଥ ସିନ୍ଦେଙ୍କ ଦଳ ଏକ ଗୋଷ୍ଠୀ, ଦଳ ନୁହେଁ ବୋଲି ଉଦ୍ଧବ ଠାକରେ କହିଛନ୍ତି । ସେପଟେ ସିନ୍ଦେ କ୍ୟାମ୍ପ ଦାବି କରିଛି ଯେ ଉଦ୍ଧବ ଠାକରେଙ୍କ ସଂଖ୍ୟାଗରିଷ୍ଠତା ନାହିଁ । ଏପରିକି ସେମାନେ ଏପର୍ଯ୍ୟନ୍ତ କୌଣସି ଦଲିଲ ଦାଖଲ କରିନାହାଁନ୍ତି । ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅନ୍ଧେରି ପୂର୍ବ ଉପନିର୍ବାଚନ ପୂର୍ବରୁ ଏହି ପ୍ରତୀକ ବଣ୍ଟନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ସିନ୍ଦେ ଦଳ ।

Leave a Reply

Your email address will not be published. Required fields are marked *