ଏକାଠି ପରୀକ୍ଷା ରେ ଉତୀର୍ଣ୍ଣ ହେଲେ ମା ପୁଅ

ଫୋକସ ପ୍ଲସ(ବ୍ୟୁରୋ)୧୦/୦୮/୨୦୨୨: ଇଚ୍ଛା ଓ ମନବଳ ଦୃଢ ଥିଲେ ସଫଳତା ଆପେ ପାଦ ସ୍ପର୍ଶ କରେ l ସଫଳତା କୁ ଛୁଇଁବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନଥାଏ l ଏମିତି ଦୃଢ ମନୋବଳ ନେଇ ରାଜ୍ୟ ଲୋକ ସଭା ଆୟୋଗ ପରୀକ୍ଷାରେ ରେ ଏକା ସାଙ୍ଗରେ ପାସ କରିଛନ୍ତି କେରଳ ର 42 ବର୍ଷୀୟା ମହିଳା ବିନ୍ଦୁ ଏବଂ ତାଙ୍କ 24 ବର୍ଷର ପୁଅ ବିବେକ |ମା ପୁଅ ମିଶି ଏକା ସାଙ୍ଗେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିଲେ ଏକା ସାଙ୍ଗେ କୋଚିଙ୍ଗ ସେଣ୍ଟର ରେ ପାଠ ପଢୁଥିଲେ l ତେବେ କୋଚିଙ୍ଗ ନେଉଥିବା ସମୟରେ ଶିକ୍ଷକ ମାନେ ତାଙ୍କୁ ପାଠ ପଢ଼ାରେ ସମସ୍ତ ପ୍ରକାର ସହଯୋଗ କରିବା ସହିତ ଉତ୍ସାହିତ ମଧ୍ୟ କରିଥିଲେ l ବିନ୍ଦୁ ଜଣେ ଅଙ୍ଗନବାଡି କର୍ମୀ ହୋଇଥିବା ବେଳେ ଅଧିକ ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ପଢିବାରେ ସମୟ ସାଜିଥିଲା ପ୍ରତିବନ୍ଧକ l ପୁଅ ବିବେକ ଛୋଟ ଥିବା ସମୟରେ ମାନଙ୍କୁ ସବୁବେଳେ ପଢିବା ପାଇଁ ପରୀକ୍ଷା ଦେବ ପାଇଁ କହୁଥିଲେ l ପୁଅର ପ୍ରେରଣା ପାଇ ବିନ୍ଦୁ ପଢିବା ଆରମ୍ଭ କରିଥିଲେ l ତାଙ୍କ ସଫଳତା ପାଇଁ ସମସ୍ତ ଶ୍ରେୟ ସେ ତାଙ୍କ ପୁଅ ବିବେକ କୁ ଦେଇଛନ୍ତି l

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *