ଏକ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ଏବେ ଚର୍ଚ୍ଚାରେ

ଫୋକସ ପ୍ଲସ (ବୌଦ୍ଧ)୧୦/୦୭/୨୦୨୨ : ବିଭିନ୍ନ ସମୟରେ ବିଭିନ୍ନ ଚିତ୍ରଶିଳ୍ପୀ ହୁଅନ୍ତୁ ଅବା କଳାକାର ତାଙ୍କର ବିଭିନ୍ନ ପ୍ରତିଭା କୁ ପ୍ରତିପାଦିତ କରିବା ପାଇଁ କିଛି ନିଆରା କରିବାପାଇଁ ଚେଷ୍ଟା କରିଥାନ୍ତି। ବର୍ତ୍ତମାନ ଜଗତର ନାଥ ଜଗନ୍ନାଥ ରଥାରୁଢ଼ ହୋଇ ମାଉସୀ ଘରକୁ ଯାଇଛନ୍ତି ଏହି ସମୟରେ କିଛି ଶୀଳ୍ପି ଦିଆସିଲି କାଠି ରେ ଜଗନ୍ନାଥ ଙ୍କ ମୂର୍ତ୍ତି ତିଆରି କରୁଥିବାବେଳେ ଅନ୍ୟ କେହି ଆଇସ୍ କ୍ରିମ ଷ୍ଟିକ ରେ ତିଆରି ରେକର୍ଡ଼ ସ୍ରୁଷ୍ଟି କରୁଛନ୍ତି। ଏହି ସମୟରେ ବୌଦ୍ଧ ଜିଲ୍ଲାର ଜଣେ ଚିତ୍ରଶୀଳ୍ପି ମାଟିରେ ମାତ୍ର ଏକ ଇଞ୍ଚ ର ସର୍ବନିମ୍ନ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚା ରେ ।

ଏ ହେଉଛି ସେହି ମାଟିରେ ତିଆରି ହୋଇଥିବା ସେହି ସର୍ବନିମ୍ନ ଏକ ଇଞ୍ଚ ର ପ୍ରଭୁ ଜଗନ୍ନାଥ ଙ୍କ ମୂର୍ତ୍ତୀ। ଯାହାକୁ କି ନିଜ ହାତ ପାପୁଲି ରେ ରଖିଲେ ଖୁବ୍ ସୁନ୍ଦର୍ ଦେଖା ଯାଉଛି। ଯାହାକୁ କି ଅତି ସୂକ୍ଷ୍ମ ଏବଂ ସୁନ୍ଦର ଭାବେ ତିଆରି କରିଛନ୍ତି ବୌଦ୍ଧ ଜିଲା କମିରା ଗ୍ରାମର ବିଜୟ ସାହୁ ।ଯାହାକୁ ଦେଖିବାପାଇଁ ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଛି ଏବଂ ଏହି ଶିଳ୍ପୀ ବିଜୟ ସାହୁ ଙ୍କ ପାଇଁ ଗ୍ରାମବାସୀ ମଧ୍ୟ ଗର୍ବ କରୁଛନ୍ତି। ପେଷା ରେ ଜଣେ ମାଟି ତଥା ଚିତ୍ରଶିଳ୍ପୀ ହେଉଥିବା ବିଜୟ ଗଣେଶ ପୂଜା,ସରସ୍ଵତୀ ପୂଜା କିମ୍ବା ଦଶହରା ଏକ ଭିନ୍ନ ଢଙ୍ଗରେ ମୂର୍ତ୍ତି ତିଆରି କରି ଅଞ୍ଚଳରେ ବେଶ୍ ପ୍ରସଂଶା ମଧ୍ୟ ପାଇଥାନ୍ତି। ସେ ଏକା ଧାରରେ ଜଣେ କବି ମଧ୍ଯ। ପାଖାପାଖି 200 ରୁ ଉର୍ଦ୍ଧ୍ବ କବିତା ମଧ୍ଯ ଲେଖିଥିବା କହିଛନ୍ତି ବିଜୟ।
ସବୁପରେ ବି ପରିବାର ଏବଂ ବୃତ୍ତି ଉଭୟକୁ ତାଳ ଦେଇ ଭାଗବାନ ଙ୍କୁ ଶ୍ରଦ୍ଧା ଭକ୍ତି ସହକାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମୂର୍ତ୍ତି ତିଆରି କରି ପ୍ରସଂଶା ର ପାତ୍ର ହୋଇଥିବା ବେଳେ। ଏହି ଭଲି ପ୍ରତିଭା ବାନ କଳାକାର ଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇଦେଲେ ବିଜୟ ଆହୁରି ଅନେକ ସୁନ୍ଦର ପ୍ରତିଭା ର ଅଧିକାରୀ ହୋଇପାରିବେ ବୋଲି ଦାବୀ ହେଉଛି ।

ବୌଦ୍ଧ ରୁ ଶରତ ମୁଦୁଲି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *