ଏକ ସଙ୍ଗେ ୩ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଫୋକସ ପ୍ଲସ (ଉଦଳା)୨୪/୦୭/୨୦୨୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ମୁଖ୍ୟ ଚିକିତ୍ସାଳୟ ଉଦଳା ରେ ଜଣେ ମହିଳାଙ୍କ ଠାରୁ ଜନ୍ମ ହେଲେ ତିନି ଶିଶୁ |ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ କିରିକିଚିଆ ଗ୍ରାମର ରାଜେନ୍ଦ୍ର ବିଶ୍ବାଳ ଙ୍କ ସ୍ତ୍ରୀ ଶାନ୍ତିଲତା ବିଶ୍ବାଳ ଗତକାଲି ରାତି ରେ ଉଦଳା ମେଡିକାଲରେ ତିନି ଶିଶୁ କୁ ଜନ୍ମ ଦେଇଛନ୍ତି! ଶାନ୍ତିଲତା ଙ୍କ ଠାରୁ ଦୁଇ ଶିଶୁ କନ୍ୟା ଓ ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିବା ବେଳେ, ନବ ଜନ୍ମିତ ଜଣେ ଶିଶୁ କନ୍ୟା ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି! ତେବେ ଅନ୍ୟ ଶିଶୁ କନ୍ୟା ଓ ଶିଶୁ ପୁତ୍ର ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ବେଳେ ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ବାରିପଦା ପି ଆର ଏମ ମେଡିକାଲକୁ ପଠାଯାଇଛି! ତେବେ ମହିଳା ଜଣକ ସୁସ୍ଥ ଥିବା କଥା ଉଦଳା ମେଡିକାଲର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଲକ୍ଷ୍ମୀକାନ୍ତ ପତି ପ୍ରକାଶ କରିଛନ୍ତି |

ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *