ଫୋକସ ପ୍ଲସ(ବାଲୁଗାଁ)୨୮/୦୮/୨୦୨୨: ବାଲୁଗାଁ ଏନଏସିରେ ଶତାଧିକ ଠିକା ସଫେଇ କର୍ମଚାରୀ ଘେରାଉ। ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ଅନେକ କର୍ମଚାରୀ ନିୟୋଜିତ କରିଆସୁଛନ୍ତି।ବାଲୁଗାଁ ଏନ୍ଏସି ଅଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଏନ୍ଏସି ଏବଂ ଏଲ୍ ଆଣ୍ଡ କେ ସର୍ଭିସ ନାମକ ଏକ ଘରୋଇ ସଂସ୍ଥା ଚୁକ୍ତି ଅନୁସାରେ ଉକ୍ତ କମ୍ପାନୀ ବାଲୁଗାଁ ସହରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଦୈନିକ ୩୨୬ ଟଙ୍କା ଦେୟରେ ସମୁଦାୟ ୬୫ଜଣ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି।ଏବଂ ଏମାନଙ୍କୁ ତଦାରଖ କରିବା ପାଇଁ ଦୁଇ ଜଣସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି।ୱାର୍ଡ ୱାର୍ଡ ବୁଲି ଖାଲି ହାତରେ ଅଳିଆ ଆବର୍ଜନା ଗୋଟାଉଛୁ।ଏପରିକି ଠେଲା ଗାଡିର ମଧ୍ୟ କୌଣସି ବ୍ୟବସ୍ତା କରାଯାଇନାହିଁ।ଏସବୁ ଅଭିଯୋଗ ନେଇ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରିଣୀଙ୍କୁ ଏସମ୍ବନ୍ଧରେ ଏବଂ ମାସିକ ପ୍ରାପ୍ୟ ବିଷୟରେ ଗୁହାରି କରିବାକୁ ଯାଇଥିବା ବେଳେ ଆମକୁ ଜାତିଆଣ କହି ଫେରାଇଦେଉଛନ୍ତି।ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ କେହି କାମ କରିବାକୁ ଯିବେ ନାହିଁ ବୋଲି ରୋକଠୋକ ମନା କହିଛନ୍ତି ସଫେଇ କର୍ମଚାରୀମାନେ।ଏସମ୍ବନ୍ଧରେ ବାଲୁଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନା ରାଣି ପାଢୀଙ୍କୁ କ୍ୟାମେରା ଆଗରେ କହିଛନ୍ତି କୌଣସି ଜାତିଗତ ଆକ୍ଷେପ କରିନାହିଁ । ଆମେ କହିବା କଥା ଯଦି କହି ନାହାନ୍ତି ଏନଏସିରେ ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ କାହିଁକି ସାଉଣ୍ଡ ଆସୁନାହିଁ ।
ଖୋର୍ଦ୍ଧା ଚିଲିକାରୁ ସୁଧୀର କୁମାର ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ |