ଏନ ଏ ସି ରେ ବିନା ପରିସ୍ରାଗାରରେ ସ୍ୱଚ୍ଛ ଭାରତ ଅଭିଯାନ, ଯାତ୍ରୀ ହଟାହଟା

ଫୋକସ ପ୍ଲସ (ବାଲିଗୁଡା)୨୫/୦୭/୨୦୨୨: କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଅଭିଯାନ କୁ ପ୍ରାଧାନ୍ୟ ଦେଇଛନ୍ତି ପୌରାଞ୍ଚଳ ବିଜ୍ଞାପିତ ଅଞ୍ଚଳ ଠାରୁ ଗ୍ରାମ ପଞ୍ଚାୟତ ଅଞ୍ଚଳ ରେ ଗାଁ କୁ ସ୍ୱଚ୍ଛ ସୁନ୍ଦର ନିର୍ମଳ କରିବାକୁ ସରକାର ଙ୍କ ପକ୍ଷରୁ ଆହ୍ୱାନ କରାଯାଉଛି କିନ୍ତୁ ବାଲିଗୁଡା ଏନ ଏ ସି ରେ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ସହରର ପ୍ରମୁଖ ପୂର୍ତ୍ତ ବିଭାଗ ଛକ କୋର୍ଟ, ପାଟ୍ଟଖଣ୍ଡା ମାର୍କେଟ ରେ ଆଦୌ ପରିସ୍ରା ଗାର ନାହିଁ l ପୂର୍ବତନ ଉପ ଜ଼ିଲ୍ଲାପାଳ ବଳବନ୍ତ ସିଂ ସହର କୁ ଶରସ ସୁନ୍ଦର କରିବା ପାଇଁ ବାଲିଗୁଡା ସହର ପାର୍କ ଷ୍ଟାଡିୟମ କୋର୍ଟ ଛକ ସୁନାପାଙ୍ଗl ମାର୍କେଟର ବିଭିନ୍ନ ସ୍ଥାନକୁ ସଜାଇବା ସହିତ ସ୍ୱଚ୍ଛ ଓ ନିର୍ମଳ ପରିବେଶ ପାଇଁ ପରିସ୍ରାଗାର ନିର୍ମାଣ କରିଥିଲେ l ଉପ ଜ଼ିଲ୍ଲା ପାଳ ବଳବନ୍ତଙ୍କ ପରେ ଏହାର ରକ୍ଷଣାବେକ୍ଷଣ ଠିକ ରେ ହୋଇନପାରିବାରୁ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲାଣି। କିନ୍ତୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ନିକଟରେ ଥିବା ଶୌଚାଳୟ ଆଜିକୁ ପ୍ରାୟ ତିନିବର୍ଷ ହେଇଯିବ ବନ୍ଦ ରହିଛି ଯାହା ଦ୍ୱାରା ଚିକିତ୍ସାଳୟ କୁ ଆସୁଥିବା ରୋଗୀ ଙ୍କ ଆତ୍ମୀୟ ସ୍ୱଜନ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଏହା ଉପରେ ପ୍ରଶାସନ ର ଦୃଷ୍ଟି ଗୋଚର ହେବା ଆବଶ୍ୟକ ବୋଲି ଲୋକେ କହୁଛନ୍ତି।

ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *