ଋଣ କରାଇଦେବାକୁ କହି ମହିଳାଙ୍କ ଠାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟ୍

ଫୋକସ ପ୍ଲସ (ବଡ଼ସାହି): ମୟୁରଭଞ୍ଜ ଜିଲ୍ଲାର ବଡସାହି ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଏବଂ ହିଞ୍ଜିଳ ଗଡିଆ ଗ୍ରାମର କିଛି ମହିଳାଙ୍କ ନିକଟରୁ ବେସରକରୀ ଋଣ ପ୍ରଦାନକାରୀ ସଂସ୍ଥାରୁ ଋଣ ଉଠାଇ ଦେବାକୁ କହି ଟଙ୍ଗାଶୋଳ ଗ୍ରାମର ସୁକାନ୍ତି ରାଉତ ଏବଂ ସୁମତି ମନ୍ତ୍ରୀ ନାମକ ଦୁଇ ମହିଳା | ଚଞ୍ଚକତା କରି ଋଣ ଟଙ୍କାକୁ ହାତେଇ ନେଇଛନ୍ତି ବୋଲି ଉକ୍ତ ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ଏ ନେଇ ଆଜି ଉକ୍ତ ଦୁଇ ଗ୍ରାମର ମହିଳାମାନେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନଙ୍କ ସହ ବଡସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହିପରି ବିଭିନ୍ନ ବେସରକରୀ ଋଣ ପ୍ରଦାନକାରୀ ସଂସ୍ଥାକୁ ହାତ ବାରିଶି କରି ମୁଷ୍ଟିମେୟ ଲୋକ ଚଞ୍ଚକତା କରି ସାଧାରଣ ମହିଳା ମାନଙ୍କ ଠାରୁ ଟଙ୍କା ଲୁଟ୍ କରାଯିବାର ଘଟଣା ବିଗତ ଦିନରେ ସାମ୍ନାକୁ ଆସିଛି। ତେବେ ଏଦିଗରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବିଶେଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ବଡ଼ସାହିରୁ ଦେବାଶିଷ ବେହେରାଙ୍କ ରେପୋର୍ଟ

Leave a Reply

Your email address will not be published. Required fields are marked *