ଏବେବି ଶିଶୁ କନ୍ୟା ଅଲୋଡ଼ା,ବଞ୍ଚିବା ପାଇଁ କରୁଛି ସଂଘର୍ଷ।

ଚୌଦ୍ୱାର୨୫.୦୧.୨୦୨୪: ପୁଣି ଅଲୋଡ଼ା ହେଲା ନବ ଜାତ ଶିଶୁ କନ୍ୟା। ମାନବିକତା ଭୁଲିଗଲା ମା। ଶିଶୁ କନ୍ୟା କୁ ଜନ୍ମ ଦେଇ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଇଁଚୁଆ ଗ୍ରାମର ନିକଟରେ ଥିବା ଏକ ଖାଲି ପଡ଼ିଆରେ ଘାସ ବୁଦା ଭିତରେ ଶିଶୁ କନ୍ୟା କୁ ଛାଡ଼ି ଚାଲିଗଲା ମା। ଛାଡି ଚାଲିଯିବା ର କିଛି ସମୟ ପରେ ଶିଶୁ ର କାନ୍ଦଣା ଶୁଣି ପଥଚାରୀ ମାନେ ଅଟକି ଯାଇଥିଲେ। ଆସ୍ତେ ଆସ୍ତେ ନବ ଯାତ ଶିଶୁ କନ୍ୟାଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ସ୍ଥାନୀୟ ଲୋକ ମାନେ ଟାଙ୍ଗୀ ପୋଲିସ୍ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସା ପାଇଁ ଶିଶୁ ଭବନ ପଠାଇବା ସହିତ CWC ର ସହାୟତା ନେଇଥିଲେ। ଅନ୍ୟପକ୍ଷରେ ଟାଙ୍ଗୀ ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛି। ଶିଶୁ କନ୍ୟାର ଅବସ୍ଥା ସଙ୍କଟାପ୍ନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *