ଏବେ ଏଟିଏମ୍ ମେସିନରୁ ବାହାରିବ କଏନ

ଫୋକସ ପ୍ଲସ 09/02/2023(ବ୍ୟୁରୋ):ଆପଣ ଏଟିଏମ୍‌କୁ ଯିବା ସମୟରେ ଦରକାର ହିସାବରେ ଟଙ୍କା ବାହାର କରନ୍ତି। କେବେ କଏନ୍ ଦରକାର ପଡିଲେ ସିଧା ବ୍ୟାଙ୍କ ସହିତ ଯୋଗାଯୋଗ କିମ୍ବା ବଜାରରୁ କିଛି କିଣିବାକୁ ପଡିଥାଏ। ତେବେ ରିଜର୍ଭ ବ୍ୟାଙ୍କ ଏକ ନୂଆ ଯୋଜନା ଆଣିଛି। ଏଣିକି ନୋଟ୍ ଭଳି ଏଟିଏମ୍‌ରୁ ବାହାରିବ କଏନ୍ । ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସିଆଲ୍ ସେକ୍ଟର ପାଇଁ କିଛି ଘୋଷଣା କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି କଏନ ପାଇଁ ଭେଣ୍ଡିଂ ମେସିନ୍ ଘୋଷଣା। ଯାହାଫଳରେ ଏଟିଏମ୍‌ରୁ ମଧ୍ୟ କଏନ୍ ନେଇପାରିବେ। ଆରବିଆଇ ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କ୍ୟୁଆର କୋଡ୍‌ ଆଧାରିତ ଭେଣ୍ଡିଂ ମେସିନ୍‌ର ପାଇଲଟ୍‌ ପ୍ରୋଜେକ୍ଟ ଲଞ୍ଚ କରାଯିବ। ଏହି ପ୍ରୋଜେକ୍ଯର ଉଦେଶ୍ୟ ହେଉଛି କଏନକୁ ଉପଲବ୍ଧତାକୁ ବଢାଇବା । ଆରବିଆଇ ଗର୍ଭନର କହିଛନ୍ତି, ୧୨ଟି ସହରରେ ଏହି ମେସିନ୍ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହେବ । ତେବେ କେଉଁ ୧୨ ଟି ସହରରେ ଏହା ଆରମ୍ଭ କରାଯିବ ସେ ସମ୍ପର୍କରେ ଆରବିଆଇ ଏବେ ଖୁଲସା କରିନାହିଁ। ଗ୍ରାହକ ନିଜ ୟୁପିଆଇ ଆପ୍ ଦ୍ୱାରା ଏଥିରେ ଲାଗିଥିବା କ୍ୟୁଆର ସ୍କାନ କରି କଏନ ବାହାର କରିପାରିବେ।

Leave a Reply

Your email address will not be published. Required fields are marked *