ଏବେ ଯାତ୍ରୀ ଙ୍କୁ ଗରମ ରେ ସିଝିବାକୁ ପଡ଼ିବ : ଓଲା ଉବେରା ରେ ଗଲେ।

ଫୋକସ ପ୍ଲସ (ବ୍ୟୁରୋ ) 7.04.22: ଲଗାତାର ଭାବରେ ଡିଜେଲ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ପ୍ରତେକ ଦିନ ଭଡ଼ା ମଧ୍ୟ ବୁଦ୍ଧି ପାଉଛି । ଏହା ଜନସାଧାରଣ ଙ୍କ ଗମନାଗମନ ଉପରେ ସିଧାସଳଖ ପ୍ରଭାବ ପକାଉଛି।ଅଧିକାଂଶ ଯାତ୍ରୀ ନିଜର ସୁବିଧା ନିମନ୍ତେ ଓଲା ଉବେରା ଉପରେ ନିର୍ଭର କରିଥାନ୍ତି।ଯାତ୍ରୀ ଠିକ୍ ସମୟରେ ଓ ସ୍ୱଳ୍ପ ମୂଲ୍ୟରେ ପହଞ୍ଚାଇ ଥାଏ ଓଲା ଉବେରା। ଏହା ଭିତରେ ଖବର ଆସି ପହଞ୍ଚି ଯେ ଓଲା ଓ ଉବେରା ରେ ଏସି ଲଗାଯିବ ନାହିଁ । ବେଙ୍ଗାଲୁରୁ ରେ ଏପରି ସ୍ଥିତି ଦେଖିବାକୁ ମିଳିଛି।ଏସି ଲାଗିଲେ ଅଧିକ ଚାର୍ଜ ଲାଗିବ। ଏହାର ମୁଖ୍ୟ କାରଣ ତେଲ ଦର ବୃଦ୍ଧି ଯୋଗୁଁ । ଓଲା ଉବେରା ହେଉଛି ଦୁଇଟି ଆପ୍ ।ଏହି ଆପ ମାଧ୍ୟମରେ ସମସ୍ତେ ସ୍ୱଳ୍ପ ରେ ସେବା ପାଇପରୁଛନ୍ତି। ନୂଆଦିଲ୍ଲୀ, ନୋଇଡା,ତେଲେଙ୍ଗାନା ରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରାୟ ସ୍ଥାନରେ ନୋ ଏସି ଅଭିଯାନ ଚାଲିଛି ।ଆଗକୁ ମଧ୍ୟ ଓଡ଼ିଶା ରେ ସମାନ ସ୍ଥିତି ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *