ଏମିତି ବି ଥାଏ ଦୁଃଖ

ଫୋକସ ପ୍ଲସ(ଚଣ୍ଡିଖୋଲ): ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦୁଇ ନିରୀହ ଜୀବନ |ଗରିବ ବାପା ମା ଉପରେ ଜନ୍ମରୁ ବୋଝ |ଦାରିଦ୍ର୍ୟ ସାଙ୍ଗକୁ ଦିବ୍ୟାଙ୍ଗ ଦୁଃଖ |ମଉଳି ଯାଇଛି ଭବିଷ୍ୟତର ସ୍ବପ୍ନ। ସରକାରୀ ସହାୟତା ବି ପାଲଟିଛି ସାତ ସପନ।ଯାଜପୁର ଜିଲ୍ଲା ଅଚ୍ୟୁତବସନ୍ତ ଗ୍ରାମର ବାବୁଲି ଦେହୁରୀଙ୍କ ଦୁଇ ଜମଜ ସନ୍ତାନ ଜନ୍ମରୁ ଦିବ୍ୟାଙ୍ଗ |ପୁଅ ସନେଶ୍ୱର ଦେହୁରୀ ଓ ଝିଅ ଲକ୍ଷ୍ମୀ ଦେହୁରୀ ଉଭୟଙ୍କ ବୟସ ୧୪ ବର୍ଷ ପୁରିଲାଣି ହେଲେ ପୁଅର ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇଥିବା ବେଳେ ଝିଅର ଦୁଇ ଆଖିକୁ ଦିଶୁନାହିଁ |ପାଖରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଈବି ସରକାରୀ ଭତ୍ତା ପାଇବାରୁ ବାଦ ପଡିଛନ୍ତି |ବାବୁଲିଙ୍କୁ ମିଳୁଥିବା କେଇ କିଲୋ ଚାଉଳ ହିଁ ପେଟ ଭୋକ ମରେ |ଲୁଣ ଲଙ୍କା ସାଙ୍ଗକୁ ପଖାଳ ହିଁ ସବୁକିଛି। ଭଙ୍ଗା ଜରିପାଲ ଝାଟିମାଟି ଭଙ୍ଗାରୁଜା କୁଡ଼ିଆରେ ଚାରି ପ୍ରାଣୀଙ୍କ ଜୀବନ ଯେ କେତେ ସୁରକ୍ଷିତ ତାହା ଆପଣ ଅନୁମାନ କରିପାରୁଥିବେ ।

ଯେମିତି ଲାଗୁଚି ବାବୁଲି ଙ୍କ ପାଇଁସ ରକାରୀ ସୁବିଧା ସୁଯୋଗ ନାହିଁ |ଧିରେ ଧିରେ ବୟସବି ବଢି ଚାଲିଛି |ରୋଗ ଯନ୍ତ୍ରଣା ପାଇଁ ଦିନେ ଖଟିଲେ ଦିନ ଉପାସ, କେଇ ଟଙ୍କା ମଜୁରିରେ ଚାରି ପ୍ରାଣୀଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି ପରିବାରର ମୁଖିଆ ବାବୁଲି |ଶରୀର ଅସୁସ୍ଥ ହେଲେ ମଧ୍ୟ ଡାକ୍ତର ଦେଖାଇବା ସମ୍ଭବ ହୁଏନାହିଁ |ଅର୍ଥ ଅଭାବରୁ ଦୁଇ ଦିବ୍ୟାଙ୍ଗ ପିଲା ବିଦ୍ୟାଳୟ ବାରଣ୍ଡା ମଧ୍ୟ ଆଜିଯାଏ ଦେଖିପାରିଲେ ନାହିଁ |ଦିବ୍ୟାଙ୍ଗ ଯନ୍ତ୍ରଣା ସହ ଦାରିଦ୍ର୍ୟ କଷାଘାତ ଭିତରେ ଦୁଇ ନିଷ୍ପାପ ଦିବ୍ୟଙ୍ଗ ପିଲାଙ୍କ ଜୀବନରେ କେତେଯେ କଷ୍ଟ ଯନ୍ତ୍ରଣା ତାହା ଆପଣ ଅନୁଭବ ବି କରିପାରିବେ ନାହିଁ |ଏପଟେ ଅଞ୍ଚଳବାସୀ ଓ ସ୍ଥାନୀୟ ସରପଞ୍ଚଙ୍କ ନିବେଦନ କରିଛନ୍ତି ଏହି ଗରିବ ପରିବାରକୁ ସରକାରୀ ବେସରକାରୀ ସାହାର୍ଯ୍ୟ ସହଯୋଗ ଯୋଗାଇଦେବା ପାଇଁ |

ବାଲିଚନ୍ଦ୍ରପୁର ରୁ ନିହାର ରଞ୍ଜନ ସାମଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *