ଏମିତି ବି ଛାତ୍ର ହୋଇ ପାରନ୍ତି ରାଗିଂ

ଫୋକସ ପ୍ଲସ 29/12/2022(ପୁରୀ): ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ନିମାପଡ଼ା କଲେଜରେ ଦୁଇ ଛାତ୍ରଙ୍କୁ କଲେଜ ପରିସର ମଧ୍ୟରେ ଆଣ୍ଠେଇ ବାକୁ ବାଧ୍ୟ କରିବା ସହିତ କାନ ଧରି ବସ ଉଠ କରିବା ପାଇଁ ବାଧ୍ୟ କରାଯାଉ ଥିବାର ଦୃଶ୍ୟ । ତିନି ଜଣ ଯୁବତୀ ଉକ୍ତ ଦୁଇ ଜଣ ଯୁବକଙ୍କ ସମ୍ମୁଖରେ ଛିଡ଼ା ହୋଇ ତାଗିଦ କରୁଥିବା ବେଳେ ସିନିୟର ଛାତ୍ର ମାନେ ଭିଡିଓ କରିବା ଲାଗି ଉକ୍ତ ଛାତ୍ର କିଭଳି ଆଣ୍ଠେଇବାକୁ ପଡିବ ସେ ସମ୍ପର୍କରେ ତାଙ୍କୁ କହୁଛନ୍ତି ।ଭିଡିଓ ସୁଟିଂ ପରେ ଏହି ଦୃଶ୍ୟକୁ ବିଭିନ୍ନ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ କରୁଛନ୍ତି । ଉକ୍ତ ଦୁଇ ଜଣ ଛାତ୍ର ଯୁକ୍ତ ଦୁଇରେ ପଢ଼ୁଥିବା ବେଳେ କଲେଜରେ ମୋବାଇଲରେ କିଛି ଫଟୋ ଭିଡିଓ କରିଥିଲେ ଯାହାକୁ ନେଇ ଉକ୍ତ ଦୁଇ ଜଣ ଛାତ୍ରଙ୍କୁ ସର୍ବ ସମ୍ମୁଖରେ କାନ ଧରି ବସ ଉଠ କରାଇବା ସହିତ ସିନିୟର ଛାତ୍ର ମାନେ ସେମାନଙ୍କୁ ଭୟଭୀତ କରି ଆଣ୍ଠେଇବା ସହିତ କାନ ଧରି ବସ ଉଠ କରି ଏହି ଭିଜୁଆଲକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି । ବିଗତ ଦିନରେ ମଧ୍ୟ ଗତ କିଛି ଦିନ ତଳେ ଉକ୍ତ କଲେଜର ଜନୈକା ଛାତ୍ରୀକୁ ସିନିୟର ଛାତ୍ରଙ୍କ ଦ୍ଵାରା ଫୋନରେ ଆଶୀଳ ଇଙ୍ଗିତ କରିବା ସହିତ ରାଗିଂ ଅଭିଯୋଗ ଆସିଥଲା ।ଏପରିକି ଉକ୍ତ ଛାତ୍ରୀ ଭୟଭୀତ ହୋଇ ପରୀକ୍ଷା ଦେବାରୁ ବଞ୍ଚିତ ଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଏହାକୁ ହାଲୁକା ଭାବେ ନେଇଥିଲେ। ଉକ୍ତ ଘଟଣାର ମାତ୍ର କିଛି ଦିନ ପରେ ଆଜି ପୁଣି ଏଭଳି ଘଟଣା ନଜରକୁ ଆସିବା ପରେ କଲେଜରେ ରାଗିଂ ଭଳି ଆସୁଥିବା ଅଭିଯୋଗର ମୁଖା ଖୋଲିଛି । ସେପଟେ କଲେଜ ପରିସର ରେଏଭଳି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉ ଥିବା ବେଳେ ଏଭଳି ଘଟଣାକୁ ନାପସନ୍ଦ କରିଛନ୍ତି ବୁଦ୍ଧି ଜୀବୀ । ଏ ନେଇ ରାଗିଂ କରୁଥିବା ଛାତ୍ର ଛାତ୍ରୀ ମାନେ ଆଇନର ଆଶ୍ରୟ ନ ନେଇ କଣ ପାଇଁ ଏଭଳି ଘୁର୍ଣ୍ଣ କାର୍ଯ୍ୟ କଲେ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *