ଏସଏସଡି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ମୃତ;କାରଣ ଅସ୍ପଷ୍ଟ

ଫୋକସ ପ୍ଲସ(ରାଇରଙ୍ଗପୁ) ୨୯/୦୭/ ୨୦୨୨:ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ପଣ୍ଡୁପାଣି ଅନୁସୂଚିତ ଜାତି/ଜନଜାତି ବିଦ୍ୟାଳୟର ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ର ମୁନା ମାର୍ଣ୍ଡୀ (୧୫)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଅନ୍ତେବାସୀ ଛାତ୍ର ବୁଧବାର ରାତିରେ ହଷ୍ଟେଲରେ ଖାଇପିଇ ଶୋଇଥିଲେ । ଗୁରୁବାର ସକାଳ ୭ଟା ବେଳକୁ ସାଙ୍ଗସାଥୀ ତାଙ୍କୁ ଉଠାଇଥିଲେ ।ମୁନା ଉଠିଲା ନାହିଁ ।ସଙ୍ଗେ ସଙ୍ଗେ ଅନ୍ତେବାସୀ ସ୍କୁଲର ଶିକ୍ଷକ,ସୁପରିଣ୍ଟେଡେଣ୍ଟ ଓ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ବିଲରେ କାମ କରୁଥିଲେ ।କାମ ଛାଡି ମୁନାର ମାଆ ଦାନଗୀ ସ୍କୁଲକୁ ଛୁଟି ଆସିଥିଲେ । ମୁନାଙ୍କୁ ଅଟୋରେ ତିରିଂ ହସ୍ପିଟାଲକୁ ନିଆଯାଇଥିଲା ।ପରେ ସେଠାରୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ, ଶିକ୍ଷା ପ୍ରଶାସନ, ସହକାରୀ ଜିଲ୍ଲା ମଙ୍ଗଳ ପ୍ରଶାସକ ସୁରେଶ ଚନ୍ଦ୍ର ଜୀତ୍,ବ୍ଲକ ମଙ୍ଗଳ ଅଧିକାରୀ ତରଫରୁ ତଦନ୍ତ ଚାଲିଛି । ମୃତକଙ୍କ ଘର ତିରିଂ ବ୍ଲକର ଧରମଡିହି ପିତା ସ୍ବର୍ଗତ ଫୁଲମାର ମାର୍ଣ୍ଡି ।ମାତା ଦାନଗି ମାର୍ଣ୍ଡୀଙ୍କର ବଡ଼ ପୁଅ ଗୋପାଲ ମାରାଣ୍ଡି ଛଅ ବର୍ଷ ତଳେ ରତନ୍ ସାହି ସ୍କୁଲ ହଷ୍ଟେଲରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ଝିଅଟିଏ ।ମାତା ଦାନଗୀ ମାର୍ଣ୍ଡୀ ଏକମାତ୍ର ଦୁଇ ପୁତ୍ର କୁ ହରାଇ କାନ୍ଦି କାନ୍ଦି ଶଗ୍ୟା ହୀନ ହୋଇପଡୁଛନ୍ତି।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ ଓଡ଼ିଶା

Leave a Reply

Your email address will not be published. Required fields are marked *