ଫୋକସ ପ୍ଲସ(ଘୁ ଉଦୟଗିରି)୨୮/୦୮/୨୦୨୨: ଗତକାଲି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସ୍ଆଇଙ୍କ ପରିବାର ଲୋକେ ଘ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଏସ୍ଆଇଙ୍କ ମା ଓ ଭାଇ। ଗତକାଲି ବିଳମ୍ବିତ ରାତିରେ ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ ମୃତ ଏସ୍ଆଇଙ୍କ ମା। ଏହି ଥାନାରେ ମୋ ଝିଅ ଆଠ ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିଲା । କାର୍ଯ୍ୟରେ ଯୋଗଦେବା ଦିନଠାରୁ ରିତିମତ ଥାନା ଅଧିକାରୀ ରେବତୀ ଶବର ସ୍ୱାଗତିକାଙ୍କୁ ମାନସିକ ଚାପ ପକାଇବା ସହ ଦୁର୍ବ୍ୟବହାର କରି ଆସୁଥିଲେ। ଏନେଇ ସ୍ଥାନୀୟ ଏସଡିଫିଓଙ୍କୁ ସ୍ୱାଗତିକା ମୌଖିକ ଭାବେ ଜଣାଇଥିଲେ । ଏହାପରେ ଏସଡିପିଓ ଆମକୁ ଫୋନ୍ କରି ଏବିଷୟରେ ଜଣାଇବା ସହ ଆସି ଝିଅକୁ ତୁମେ ବୁଝାସୁଝା କର ବୋଲି କହିଥିଲେ। ଆମେ ଆସି ଘୁ.ଉଦୟଗିରିରେ ପହଁଚିବା ବେଳକୁ ଥାନା ଅଧିକାରୀ ରେବତୀ ଶବର ଛୁଟିରେ ଚାଲି ଯାଇଥିଲେ । ପାଖାପାଖି ୨୦ ଦିନ ଅପେକ୍ଷା କରିବା ପରେ ଆମେ ବାଧ୍ୟ ହୋଇ ଝିଅକୁ ବୁଝାସୁଝା କରି ଫେରିଯାଇଥିଲୁ । ଏଣୁ ମୋ ଝିଅର ମୃତ୍ୟୁ ପାଇଁ ଥାନା ଅଧିକାରୀ ରେବତୀ ଶବର ହିଁ ସମ୍ପୃର୍ଣ ଦାୟୀ । ରେବତୀ ଶବରଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆମେ ଶବ ବ୍ୟବଚ୍ଛେଦ କରିବାକୁ ଦେବୁନାହିଁ କିମ୍ବା ଏଠାରୁ ଶବ ନେବୁ ନାହିଁ । ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନା ଆଗରେ ଧାରଣାରେ ବସିରହିବୁ ବୋଲି କହିଛନ୍ତି ମୃତ ଏସ୍ଆଇଙ୍କ ମା ଉଷାରାଣୀ ବେହେରା । ସେପଟେ ମୋତେ ଏ ବିଷୟରେ ସ୍ୱାଗତିକା କେବେ ଅଭିଯୋଗ କରିନାହାନ୍ତି । ବର୍ତ୍ତମାନ ସ୍ୱାଗତିକାଙ୍କ ମା ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ । ଘୁ ଉଦୟଗିରି ତହସିଲଦାର ସୁଭ୍ରାଞ୍ଜଳି ପ୍ରଧାନ,ଡିଏସପି ବି ଏମ୍ ହରପଲ୍, ସ୍ଥାନୀୟ ଏସ ଡି ପି ଓ ଡି ତିରୁପତି ରାଓ ପଟ୍ଟନାୟକ, ଉପସ୍ଥିତ ରହି ମୃତକଙ୍କ ପରିବାରକୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।ପରିବାର ଆଇ ଆଇ ସି ରେବତୀ ଶବରଙ୍କ ବହିଷ୍କାର କରିବା ଦାବିରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ତାଙ୍କୁ ଯଦି ବହିଷ୍କାର ନ କରାଯାଏ ତେବେ ଧାରଣାରେ ଉଠିବୁ ନାହିଁ ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି ।ସେପଟେ ଆମେ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି ଘୁ.ଉଦୟଗିରି ଏସଡିପିଓ ବି.ତିରୁପତି ରାଓ ପଟ୍ଟନାୟକ ।