ଏହି ସାପର ଚୋଟରେ ଯାଇଥାଏ ୧୦୦ ଜଣଙ୍କ ଜୀବନ।

ଫୋକସ ପ୍ଲସ 14/12/2022(ବ୍ୟୁରୋ): ସାପର ନା ଶୁନିଲେ ସମସ୍ତେ ଭୟ କରିଥାନ୍ତି।ସାପର ଗୋଟିଏ ଚୋଟ ରେ ଶରୀର ସାରା ବିଷ ଖେଳାଇ ଯାଇଥାଏ।କିଛି ସାପ ବିଷାକ୍ତ ହୋଇଥାନ୍ତି ଏବଂ କିଛି ସାପଙ୍କ ବିଷ ନଥାଏ।କିନ୍ତୁ ଦର୍ଶକ ବନ୍ଧୁ ଏମିତି ଏକ ସାପ ଅଛି ଯାହାର ଗୋଟିଏ ଚୋଟର ବିଷରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥାଏ।ଦର୍ଶକ ବନ୍ଧୁ ଏକଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଚି ନା ?କିନ୍ତୁ ଏଭଳି ସାପ ମଧ୍ୟ ଅଛନ୍ତି ଯାହାର ଗୋଟିଏ ଚୋଟର ବିଷରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥାଏ।ଏହି ସାପର ନା ହେଉଛି ତାଇପନ ସାପ। ଟାଇପନ ସାପ ଅଷ୍ଟ୍ରେଲିଆର ଇଂଲ୍ୟାଣ୍ଡରେ ଦେଖାଯାଇଥାଏ।ଏହି ସାପ ବିଶ୍ୱର ସବୁଠାରୁ ବିଷାକ୍ତ ସାପ ବୋଲି କୁହାଯାଉଛି।କାରଣ ଏହି ସାପର ଚୋଟରେ ଏକାଥରକେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥାଏ।ଅର୍ଥାତ ତାଇପନ ସାପର ଚୋଟରେ ଯେତିକି ପରିମାଣର ବିଷ ବାହାରେ ସେତିକି ଶତାଧିକ ଲୋକ କିମ୍ବା ୨ ଲକ୍ଷ ମୂଷା ମରିଯିବେ।ତାଇପନ ସାପ ଶରୀରର ଲମ୍ବ କମ ହୋଇଥାଏ।ଏହାର ମୁଣ୍ଡର ଆକାର ଚାରିକୋଣିଆ ହୋଇଥାଏ।ସକାଳ ବେଳା ଏହି ସାପ ଅଧିକ ସକ୍ରିୟ ହୋଇ ଉଠିଥାନ୍ତି।ଏମାନେ ସାଧାରଣତଃ ମାଟି ତଳେ ରହିବାକୁ ପସନ୍ଦ କରିଥାନ୍ତି।ତାଇପନ ସାପର ବିଷ ଲିଥାଲ ଡୋଜ ଅନୁସାରେ ୫୦ ଅଟେ।ବିଷ୍ଟେଲର ସ୍କୁଲ ଅଫ କେମିଷ୍ଟ୍ରି ୟୁନିଭରସିଟି ୱେବ ସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ବିଶ୍ଵରେ ଥିବା ସବୁଠୁ ବିଷାକ୍ତ ସାପ ମାନଙ୍କ ସୂଚୀରେ ତାଇପନ ଶୀର୍ଷରେ ରହିଛି।ଏହି ସାପ ସାଧାରଣରେ ମିଳିବା ବହୁ କଷ୍ଟ।ଦିନ ଏବଂ ରାତି ଅପେକ୍ଷା ଏମାନେ ଭୋର ସମୟରେ ଅଧିକ ସକ୍ରିୟ ହୋଇ ଉଠିଥାନ୍ତି।ତେବେ ଦର୍ଶକବନ୍ଧୁ ଏଭଳି ସାପର ଚୋଟରେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଗରୁ ନଜିର ରହିଛି।ଏହି ଟାଇପନ ସାପ ଖୁବ ମାରାତ୍ମକ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *