ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ଫୋକସ ପ୍ଲସ ୩/୨/୨୩(ବ୍ୟୁରୋ): ମଝି ଆକାଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନରେ ଲାଗିଲା ନିଆଁ।| ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ପାଇଲଟ୍‌ ଏହା ଜାଣିବା ପରେ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିଥିଲେ। ଏହାସହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ୧୮୪ ଜଣ ଯାତ୍ରୀଙ୍କୁ ଧରି ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ B737-800 ବିମାନ ଆବୁ ଧାବିରୁ ଖଲିକୋଟ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ବିମାନର ଏକ ଇଞ୍ଜିନରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ବିମାନକୁ ଆବୁ ଧାବି ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୂଚନ ଅନୁସାରେ ,ଏହାପୂର୍ବରୁ ଜାନୁଆରୀ ୨୩ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ତ୍ରିଭନ୍ଦ୍ରମରୁ ମସ୍କଟ୍‌ରୁ ଉଡ଼ାଣ ଭରିବାର ୪୫ ମିନିଟ୍‌ ପରେ ଲ୍ୟାଣ୍ଡିଂ କରିଥିଲା। ବୈଷୟିକ ତ୍ରୁଟି ଯୋଗୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ବିମାନରେ କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ତାହାର ଯାଞ୍ଚ ମଧ୍ୟ ଚାଲିଛି |

Leave a Reply

Your email address will not be published. Required fields are marked *