କଳାହାଣ୍ଡି୨୩/୦୨/୨୦୨୪: ଯମଦେବଙ୍କ ପାଖରୁ ମୢତ ସ୍ବାମୀଙ୍କୁ ଫେରି ପାଇ ଥିଲେ ସାବିତ୍ରୀ । ଏ ପୁରାଣର କଥା । କିନ୍ତୁ ମୢତ୍ୟ ମୁଖରେ ପଡି ଥିବା ସ୍ବାମୀଙ୍କୁ ନିଜ କିଡନୀ ଦେଇ ନୂଆଁ ଜୀବନ ଦେଇଛନ୍ତି ଏ ଯୁଗର ସାବିତ୍ରୀ । କଳାହାଣ୍ତି ଜିଲ୍ଲା ଧର୍ମଗଡ ସବଡିଭିଜନ ବୢନ୍ଦାବାହାଲ ଗାଁରୁ ଦେଖିବା ଏ ଯୁଗର ସାବିତ୍ରୀ ସତ୍ୟବାନ ଉପାଖ୍ୟାନ । ଆଜକୁ ୪ ବର୍ଷ ତଳେ ଅର୍ଥାତ୍ ତା ……..ରେ ନୂଆଁ ବୋହୁ ହୋଇ ଏ ଘରକୁ ଆସି ଥିଲେ ପ୍ରମିଳା । କାନ୍ଥରେବି ଲିଭିନି ମକୁନ୍ଦ ସହ ପ୍ରମିଳାର ବିବାହର ଲେଖା । ହସ ଖୁସୀରେ ନୂଆଁ ସଂଶାର ଚଳୁ ଥିଲା । ଅନେକ ଆଶା,ଅନେକ ସ୍ବପ୍ନ ନେଇ ନୂଆଁ ସଂଶାର କରୁ ଥିଲେ ମକୁନ୍ଦ ଓ ପ୍ରମିଲା । କିନ୍ତୁ ଖୁସୀର ମାହୋଲରେ ଘୋଟି ଆସିଲା ଅମାବାସ୍ୟାର ଅମା ଅନ୍ଧକାର । ଚିକିତ୍ସା ପରେ ଜଣା ପଡିଲା ମକୁନ୍ଦଙ୍କ କିଡନୀ ସମସ୍ୟା ଅଛି । ସେ କିଛି ଦିନର ଅତିଥି । ହାର ମାନି ନ ଥିଲା ପ୍ରମିଳା । ପରିବାର ଲୋକ ତଥା ବନ୍ଧୁବାନ୍ଧବ କିଡନୀ ଦେବାକୁ ମନା କଲା ପରେ ସେ ନିଜ କିଡନୀ ଦେଇ ସ୍ବାମୀଙ୍କ ଜୀବନ ରକ୍ଷା କଲା । ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରମିଲା ଦିନ ରାତି ଏକ କରି ଦେଲା । ଭୁବନେଶ୍ବରର ଏକ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କଲେ । ପ୍ରଶାସନିକ ଅନୁମତି ତଥା ଡାକ୍ତରଙ୍କ ପରାମର୍ଶ ପରେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଅପରେସନ୍ ହେଲା । ପ୍ରେମ ସପ୍ତାହର ପ୍ରଥମ ଦିବସ ଫେବୢଆରୀ ୭ ତାରିଖ ସକାଳୁ ଅପରେସନ ଆରମ୍ଭ ହୋଇ ରାତି ୧୦ ଟାରେ ଶେଷ ହେଲା । ଡାକ୍ତର କହିଲେ ଅପରେସନ ସଫଳ । ଏବେ ସ୍ବାମୀ ମକୁନ୍ଦ ଓ ତାଙ୍କ ସ୍ରୀ ପ୍ରମିଲା ମଧ୍ୟ ସୁସ୍ଥ ଥିବା ବେଳେ ମେଡିକାଲରେ ଅଛନ୍ତି ।