ଓକିଲ ସଂଘର ନିର୍ବାଚନ ଫଳାଫଳ

ଫୋକସ ପ୍ଲସ 26/3/23(ବ୍ୟୁରୋ): ଆଜି ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଜଣାଯାଇଛି |ପ୍ରାପ୍ତ ସୂଚନା ଅନୁଯାୟୀ,ସଭାପତି ପଦବୀରେ ଲଢୁଥିବା ଦୁଇଜଣ ପାର୍ଥୀ ଅକ୍ଷୟ କୁମାର ମହାନ୍ତି ଓ ରାଜେନ୍ଦ୍ର ପ୍ରସାଦ ରାମ ମଧ୍ୟରେ ସମୁଦାୟ ୨୨୫ ଭୋର୍ଟ ମଧ୍ୟରୁ ରାଜେନ୍ଦ୍ର ପ୍ରସାଦ ରାମ ୯୩ ଭୋର୍ଟ ପାଇଥିବା ବେଳେ ଅକ୍ଷୟ କୁମାର ମହାନ୍ତି ୧୨୯ ଭୋର୍ଟ ପାଇଥିଲେ କିନ୍ତୁ ୩ଟି ନାକଚ ଭୋର୍ଟ ଥିଲା |ସେହିପରି ସମ୍ପାଦକ ପଦବୀରେ ହରିଚରଣ ସାହୁ ଓ ମନୋଜ କୁମାର ଦାସ ଲଢୁଥିବାବେଳେ ଦୁହେଁ ସମାନଭାବେ ୧୧୧ ଭୋର୍ଟ ପାଇଥିଲେ |ତେଣୁ ଆଗାମୀ ଦିନରେ ସମ୍ପାଦକ ପଦବୀର ଚୟନ କରାଯିବ |ତଥା ଉପସଭାପତି ଭାବେ ରାମଚନ୍ଦ୍ର ସାହୁ,ଯୁଗ୍ମ ସମ୍ପାଦକ ଭାବେ ହରେକୃଷ୍ଣ ମହାକୁଡ,ସହସମ୍ପାଦକ ଭାବେ କିଶୋର କୁମାର ମହାନ୍ତ,କୋଷାଧକ୍ଷ୍ୟ ଭାବେ ଶିଶୁପଦ ମହାନ୍ତ,ଗ୍ରନ୍ଥାଗାରରକ୍ଷକ ଭାବେ ବୀର କିଶୋର ମହାପାତ୍ର ଜୟଜୁ୍କ୍ତ ହୋଇଥିଲେ |ବିନା ପ୍ରତିଦ୍ବନ୍ଦୀରେ ଜୟଜୁକ୍ତ ହୋଇଥିବା କାର୍ଯ୍ୟକାରୀ ସଦସ୍ୟମାନେ ହେଲେ ବାଇଜୟନ୍ତି ଦଲେଇ,ବିଜୟ କୁମାର ସାମଲ,ବିନୟ ଭୂଷଣ ମହାନ୍ତି,ଦୁଷ୍ମନ୍ତ କୁମାର ବସା,ଗୌରୀ ଶଙ୍କର ଦତ୍ତ,ନନ୍ଦରାଣୀ ହେମ୍ବ୍ରମ୍,ନିବେଦିତା ଗିରି,ରଜନୀକାନ୍ତ ବେହେରା,ସୋମନାଥ ମିଶ୍ର ଓ ସୁବ୍ରତ କୁମାର ମଣ୍ଡଳ ପ୍ରମୁଖ |ଏଥିରେ ସଂଜୀବ କୁମାର ଲେଙ୍କା,କିଶୋର କୁମାର ମଣ୍ଡଳ,ଲକ୍ଷ୍ମୀ ମହାନ୍ତି,ଅର୍ଚନା ଦତ୍ତ,ସସ୍ମିତା ଦତ୍ତ ଓ ନିୟତି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଶ୍ରୀ ଅକ୍ଷୟ କୁମାର ମହାନ୍ତି ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଥିବାରୁ ଓକିଲ ଜନସାଧାରଣ ମଧ୍ୟରେ ଆନନ୍ଦରେ ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *