ଓଡ଼ାପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜନଶୁଣାଣୀ ଶିବିର

ଫୋକସ ପ୍ଲସ 24/5/22(ଓଡ଼ପଡ଼ା): ଆଜି ପ୍ରାୟ ଦିନ ୯ ଘଣ୍ଟିକା ସମୟରେ ଓଡ଼ାପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଜିଲ୍ଲାପାଳ ସରୋଜ କୁମାର ସେଠି, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ପ୍ରୋଜେକ୍ଟ ଡାଇରେକ୍ଟର ସାଫଲ୍ୟ ମଣ୍ଡିତ ପ୍ରଧାନ,ଜିଲ୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନା ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସହକାରୀ ଆରକ୍ଷୀ ଅଧିକାରୀ ଙ୍କ ସମେତ ବିଦ୍ୟୁତ,ପାନୀୟଜଳ,କୃଷି,ପଶୁ ସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ଗୁଡ଼ିକୁ ସମାଧାନ କରିଥିଲେ।
ଏହି ଶିବିରରେ ୧୩୧ ଟି କେସ ରେଜିଷ୍ଟେସନ୍ ହୋଇଥିବା ସମୟର ୧୫୦ଟି ଅଭିଯୋଗ ଶୁଣାଣୀ ସହ ୧୧୬ ଟି କେସର ସମାଧାନ ସଙ୍ଗେ ସଙ୍ଗେ କରାଯାଇଥିଲା।
ସ୍ଥାନୀୟ ନିଯୁକ୍ତି ସମସ୍ୟାକୁ ନେଇ କୁସପଙ୍ଗା,
ମଙ୍ଗଳପୁର,ଖଡଗପ୍ରସାଦର ପେରିଫେରାଲ ସଂଘର ସଦସ୍ୟ, କର୍ମହରା ଓ ଜମିହରା ପ୍ରଜା ମାନେ ଜିଲ୍ଲାପାଳ ଙ୍କୁ ରୀମିଝିମ୍ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ପାଇଁ ଅଭିଯୋଗ କରିଥିଲେ, ଜିଲ୍ଲାପାଳ ଏହାର ସମାଧାନ ନକଲେ ଆଗାମୀ ୦୨/୦୬/୨୨ ତାରିଖରେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ କମ୍ପାନୀ ଆଗରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ।
ସେହିପରି ଅନେକ ଅଭିଯୋଗ କାରି ମାନେ ସମୟ ଅତିବାହିତ ହୋଇଯାଇଥିବାରୁ ରେଜିଷ୍ଟେଶନ ନକରି ଫେରି ଯାଇଥିବାର ଦେଖିବକୁ ମିଳିଥିଲା।

ଓଡ଼ାପଡ଼ାରୁ ନିରଞ୍ଜନ ସାହୁ ଓ ଢେ଼ଙ୍କାନାଳ ରୁ ଲକ୍ଷ୍ମୀକାନ୍ତ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *